fbpx

(video)ସାମ୍ନାକୁ ଆସିଲା ପଣବନ୍ଦୀଙ୍କ ପରିବାର ସହ ପୁନର୍ମିଳନର ଦୃଶ୍ୟ, ଆପଣଙ୍କ ଆଖିରେ ବି ଭରିଯିବ ଲୁହ

Advertisement

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଚୁକ୍ତି ବଳରେ ହମାସ ଶନିବାର ପାଲେଷ୍ଟାଇନ୍ ବନ୍ଦୀ ବଦଳରେ ୧୩ ଜଣ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିଦେଇଛି । ଏହାର ପ୍ରତିବଦଳରେ ଇସ୍ରାଏଲ ଅଧିକାରୀ ବିଭିନ୍ନ ଅପରାଧରେ ଇସ୍ରାଏଲ ଜେଲ୍‌ରେ ଥିବା ୩୯ ଜଣ ବନ୍ଦୀଙ୍କୁ ମୁକ୍ତ କରିଛି । ଏବେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଏକ ବୁଝାମଣା ବଳରେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବନ୍ଦ ରହିଛି । ଦକ୍ଷିଣ ଇସ୍ରାଏଲରେ ଚାଲିଥିବା ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ହମାସ ଆକ୍ରମଣ କରିବା ସହିତ ବହୁ ଲୋକଙ୍କୁ ବନ୍ଧକ କରି ନେଇଥିଲା । ବନ୍ଧକମାନଙ୍କ ମଧ୍ୟରୁ ହମାସ ଜଣଙ୍କୁ ମୁକ୍ତ କରି ଦେଇଥିଲା । କିନ୍ତୁ ହମାସ ଏହା ବଦଳରେ ଇସ୍ରାଏଲ ପକ୍ଷରୁ ବନ୍ଦୀ କରାଯାଇଥିବା କଏଦୀଙ୍କ ମୁକ୍ତି ଦାବୀ କରିଥିଲା । ମିଶର ଓ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ଆଗକୁ ବଢିଥିଲା ଓ ଉଭୟ ପକ୍ଷରୁ ପଣବନ୍ଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.