fbpx

ଇରାନ୍ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ବଢୁଛି ଆଶଙ୍କା, ପାକ୍ ସେନାର ଏୟାରଷ୍ଟ୍ରାଇକ୍‌ରେ ୪ ଇରାନୀ ଶିଶୁଙ୍କ ସହିତ ୯ ମୃତ

Advertisement

ନୂଆଦିଲ୍ଲୀ: ଗୁରୁବାର ପାକିସ୍ତାନ ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରାନ୍ତରେ ରହିଥଇବା ଆତଙ୍କବାଦୀ ଆଡଡା ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାପରେ ପାକିସ୍ତାନ ଓ ଇରାନ ମଧ୍ୟରେ ଯୁଦ୍ଧକୁ ନେଇ ଆଶଙ୍କା ବଢିଯାଇଛି । ଏହି ଆକ୍ରମଣ ପରେ ପାକିସ୍ତାନ ଇରାନକୁ ସଂଯମତା ରକ୍ଷା କରିିବାକୁ ଅନୁରୋଧ କରିଛି ଓ କହିଛି ଆଗକୁ ଏପରି ପଦକ୍ଷେପ ନ ନେବାକୁ ଯଦ୍ଦ୍ୱାରା ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇବ ।

ବୁଧବାର ବେଲୁଚିସ୍ତାନରେ ଇରାନର ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ପାକିସ୍ତାନ ବହୁତ କ୍ରୋଧିତ ହୋଇପଡିଛି । ବିଦେଶ ମନ୍ତ୍ରଣାଳୟ କାଲି ଇରାନରୁ ଏହାର ରାଜଦୂତ ଫେରାଇ ନେଇଛି ଓ ପୂର୍ବରୁ ଧାର୍ଯ୍ୟ ସମସ୍ତ ଦ୍ୱିପାକ୍ଷୀୟ ଯାତ୍ରାକୁ ରଦ୍ଦ କରିଦେଇଛନ୍ତି ।

ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସକାଳେ ଏକ ବୟାନରେ କୁହାଯାଇଛି କିଆଜି ପାକିସ୍ତାନ ଇରାନର ସିସ୍ତାନ-ବେଲୁଚିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିଛି । ଗୁପ୍ତଚର ସୂଚନା ଆଧାରରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ବହୁ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଇରାନର ଅର୍ଦ୍ଧ ସରକାରୀ ସୁରକ୍ଷା ଏଜେନ୍ସୀର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ପାକିସ୍ତାନ ଦ୍ୱାରା ସୀମାବର୍ତ୍ତୀ ଅଞ୍ଚଳରେ କରାଯାଇଥିବା ମିସାଇଲ ଆକ୍ରମଣ ଦ୍ୱାରା ୩ ମହିଳା ଓ ୪ ଜଣ ଶିଶୁଙ୍କ ସହ ୯ ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଇରାନର ଆକ୍ରମଣ ଓ ପାକିସ୍ତାନର ପ୍ରତିଆକ୍ରମଣ ଏବେ ପଶ୍ଚିମ ଏସିଆରେ ଅସ୍ଥିର କ୍ଷେତ୍ରରେ ଚିନ୍ତା ବଢାଇ ଦେଇଛି । ପୂର୍ବରୁ ଗାଜାରେ ହମାସ ବିରୁଦ୍ଧରେ ଇସ୍ରାଏଲ ଯୁଦ୍ଧ ଓ ୟେମେନର ହୁତୀ ବିଦ୍ରୋହୀଙ୍କ ଦ୍ୱାରା ଲାଶଲ ସାଗରରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରାଯିବା ଦ୍ୱାରା ସ୍ଥିତି ଅଶାନ୍ତ ରହିଛି ।

Get real time updates directly on you device, subscribe now.