fbpx

ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଭେନ୍ଟିଲେଟର୍‌ ସପୋର୍ଟରେ ଚାଲିଛି ଚିକିତ୍ସା

କଟକ(ଭାସ୍କର ନ୍ୟୁଜ୍‌): ବରିଷ୍ଠ ଓଡିଆ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ଏବେ ଭେନ୍ଟିଲେଟର୍‌ ସପୋର୍ଟରେ ରଖାଯାଇଛି । କିଡନୀ ରୋଗରେ ପୀଡିତ ଥିବା ମିହିରଙ୍କ ଏବେ ଡାଏଲେସିସ୍‌ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି । ହୃଦାଘାତର ଶିକାର ହୋଇ ସେ ରିକ୍‌ଭରି ହୋଇଥିଲେ । ହେଲେ ଏବେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ।

ସୂଚନା ମତେ, କଡନୀ ରୋଗରେ ପୀଡିତ ଥିବା ମିହିର ଦାସ ଗତ ତିନି ଦିନ ତଳେ ଗୁରୁତର ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଓଡିଶା ସିନେ କଳାକାର ସଂଘର କର୍ମକର୍ତ୍ତାମାନେ ଭଗବାନଙ୍କ ନିକଟରେ ଶୀଘ୍ର ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କରୁଛନ୍ତି । ସେ ଦୀର୍ଘକାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବର ଅନେକ ଓଡିଆ ସିନେମାରେ ଅଭିନୟ କରି ଜଣେ ଅଭିଜ୍ଞ କଳାକାର ଭାବେ ପରିଚିତ ହେବା ସହିତ ଜନସାଧାରଣଙ୍କର ଅତି ପ୍ରିୟଭାଜନ ହୋଇପାରିଛନ୍ତି ।

Get real time updates directly on you device, subscribe now.