fbpx
BJD SKY
BJD SKY

ଶୈବପୀଠ ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ଭ୍ୟାନ୍‌: ଜଣେ ମୃତ, ୧୫ ଆହତ

BJD

ରାୟଗଡ଼ (ଭାସ୍କର ନ୍ୟୁଜ୍‌): ରାୟଗଡ଼ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କ ଉଦ୍ଧାର କରାଯାଇ ୧୦୮ ଯୋଗେ ପାରଳାଖମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତଙ୍କ ପରିଚୟ ମିଳିପାରି ନାହିଁ। ଶିବ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡିଥିବା ଜଣାପଡିଛି।

ସୂଚନା ମୁତାବକ ଏକ ପିକ୍‌ଅପ୍‌ ଭ୍ୟାନରେ ୧୬ ତୀର୍ଥଯାତ୍ରୀ ମହେନ୍ଦ୍ରଗିରି ଶୈବ ପୀଠ ଯାଇ ଦର୍ଶନ ସାରି ଫେରିବା ବେଳେ ମାଡବା ନିକଟରେ ପିକ୍‌ଅପ୍‌ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ କୁମୁଟି ସାହିର ଅଙ୍ଗନୱାଡ଼ି କର୍ମୀ ମାଣି ଆମ୍ମା (୪୧) ବୋଲି ଜଣା ପଡିଛି । ଗାରାବନ୍ଧ ଥାନା ପୋଲିସ ଘଟାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ୧୦୮ ଯୋଗେ ପାରଳାଖମୁଣ୍ଡି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.