fbpx

‘ପରୀକ୍ଷା ଦର୍ପଣ’ର ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ ପରୀକ୍ଷା ଦେବାକୁ ଥିବା ପିଲାଙ୍କୁ ଏହି ‘ପରୀକ୍ଷା ଦର୍ପଣ’ ପୁସ୍ତକ ମିଳିବ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ପୁସ୍ତକ ମିଳିବ । ସମ୍ଭାବ୍ୟ ପ୍ରଶ୍ନ, ଉତ୍ତରକୁ ନେଇ ‘ପରୀକ୍ଷା ଦର୍ପଣ’ ପୁସ୍ତକ ପ୍ରସ୍ତୁତ ହୋଇଛି । ୭୦୦ ପୃଷ୍ଠା ସମ୍ବଳିତ ବହି ପିଲାଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ପିଲାଙ୍କ ଶଙ୍କା ଦୂର ପାଇଁ ଗଣଶିକ୍ଷା ବିଭାଗ ମାଗଣାରେ ବହି ବାଣ୍ଟିବ । ପିଲାଙ୍କ ମାନସିକ ଚାପ କମାଇବାରେ ଏହି ପୁସ୍ତକ ବେଶ ସହାୟକ ହେବ । ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ପୁସ୍ତକକୁ ପହଞ୍ଚାଯିବ ।

ତେବେ ଫେବ୍ରୁଆରୀ ୧୨ ସୁଦ୍ଧା ସମସ୍ତ ଡିଇଓଙ୍କ ପାଖରେ ବହି ପହଞ୍ଚିବ । ଫେବ୍ରୁଆରୀ ୧୫ ଭିତରେ ସବୁପିଲାଙ୍କ ପାଖରେ ପୁସ୍ତକ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାକୁ ୫୦ ହଜାର ବହି ପଠାଯାଇଛି । ସେହି ୪ ଜିଲ୍ଲା ହେଉଛି, ଯଥା-ନୂଆପଡା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ।

Get real time updates directly on you device, subscribe now.