fbpx

ତ୍ରୁଟି ସଂଶୋଧନ କରିଲେ ମନ୍ତ୍ରୀ

ଭୁବନେଶ୍ୱର: ତ୍ରୁଟି ସଂଶୋଧନ କରିଲେ ମନ୍ତ୍ରୀ । କହିଲେ ଯାହା କହିଦେଇଛି ଭୁଲରେ କହିଦେଇଛି । ଦେଓମାଳି ଓଡିଶାର ଆଉ ଓଡିଶାର ହିଁ ରହିବ । ମୁଁ ଯେଉଁ ମନ୍ତବ୍ୟ ଦେଇଥିଲି ତାହାକୁ ଭୁଲ ଥିଲା ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । କେବଳ ଦେଓମାଳି ନୁହେଁ ଏହାର ଆଖ ପାଖ ଗ୍ରାମ ପୁଞ୍ଜମାନ ମଧ୍ୟ ଓଡିଶାର ତେଣୁ ସେଠାରେ କୌଣସି ସୀମା ବିବାଦ ଉଠିବା ଉଚିତ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ । ଉଭୟ ରେଭନ୍ୟୁ ରେକର୍ଡ ଆଉ ଫରେଷ୍ଟ ରେକର୍ଡ ରେ ଦେଓମାଳିର ନାମ ନଥିବାରୁ ମୁଁ କେବଳ ସତ୍ୟ କଥା ଟି କହିଲି କିନ୍ତୁ ଦେଓମାଳି ଓଡିଶାର ନୁହେଁ ବୋଲି କହି ନାହିଁ ।

ଦେଓମାଳି ହେଉଛି ଓଡିଶାର ସମ୍ପତ୍ତି ଏବଂ ଏହାକୁ ଘେରି ରହିଥିବା ଗାଁ ଗୁଡିକ ମଧ୍ୟ ଓଡିଶାର ସମ୍ପତ୍ତି । ଆଇନଗତ ସୂଚନା ମୋର ଅଛି ତେଣୁ ଏହି କଥାରେ ଏଭଳି ମନ୍ତବ୍ୟ ଦେବା ମୋର ଭୁଲ ଥିଲା କିନ୍ତୁ ଏହା ରେର୍କଡରେ ନାହିଁ । ତେଣୁ ଏହାକୁ ଖୁବ ଶୀଘ୍ର ରେକର୍ଡରେ ସ୍ଥାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ବିଳମ୍ବରେ ହେଉ ପଛେ ନିଜର ଭୁଲ ସ୍ୱୀକାର କରିଛନ୍ତି ମନ୍ତ୍ରୀ ।

ଏହା ସହିତ ମନ୍ତ୍ରୀ କହିଛନ୍ତି ଏହାଉପରେ ଖୁବଶୀଘ୍ର ଏକ ସମନୟ ବୈଠକ ଡାକଯିବ । ଏବଂ ଖୁବଶୀଘ୍ର ଏହାର ସମସ୍ତ ସୀମାକୁ ମାପଚୁପ କରାଯିବ । ଏବଂ ରାଜ୍ୟସରକାରଙ୍କ ରେର୍କଡରେ ସାମିଲ କରାଯିବ ବୋଲି କାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନାମୁତାବକ ଆସନ୍ତାକାଲି ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଏକ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ମନ୍ତ୍ରୀଙ୍କୁ ଗୃହରେ ଦୃଢ଼ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଓଡିଶାର ରେଭନ୍ୟୁ ଖାତାରେ ଦେଓମାଳିର ନାମ ନାହିଁ । ଯାହାକୁ ଦେଇ ଗୃହରେ ବାଚସ୍ପତି ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଏବଂ ଯଥା ଶୀଘ୍ର ସମନୟ ବୈଠକ ଡାକି ଏହାକୁ ସମାଧାନ କରିବାକୁ ଆଦେଶ ଦେଇଥିଲେ । ଏବଂ ମନ୍ତ୍ରୀ ପଛରେ ତାଙ୍କର ଭୁଲ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

Get real time updates directly on you device, subscribe now.