ଆଳି: (ଓଡ଼ିଶା ଭାସ୍କର) ଆଳିର ରାଜମାତା ସୁଶ୍ରୀ ଦେବୀ ତଥା ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ଙ୍କ ଆଜି କଟକ ମେଡିକାଲ୍ ରେ ଦେହାନ୍ତ ହେଇଛି । ସୁଚନା ଅନୁଯାୟୀ ସେ ୮୦ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି । ଆଜି ବୃଦ୍ଧା ଅବସ୍ଥାରେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ଆପୋଲୋ ମେଡ଼ିକାଲ୍ ରେ ଚିକିତ୍ସାଧିନ ଥିଲେ ।
ଆଜି କଟକରେ ତାଙ୍କର ଦେହାନ୍ତ ହେଇଥିବା ଜଣା ପଡ଼ିଛି । ସୁଶ୍ରୀ ଦେବୀ ୧୯୯୦-୧୯୯୫ ମସିହାରେ ବିଧାୟକ ଥିବା ସହ ୨୦୦୬ରେ ରାଜ୍ୟସଭା ସଭା ସାଂସଦ ଥିବା କୁହାଯାଉଛି। ଦେହାନ୍ତ ଖବର ଶୁଣି ଆଳି ନିର୍ବାଚମଣ୍ଡଳୀ ସମତେ ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି।