fbpx

ଧାନ କିଣାକୁ ନେଇ କାଲି ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଗୃହ ସ୍ୱାଭାବିକ ପାଇଁ ଚାଲିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ ।

ତେବେ ଧାନ କିଣା ସମ୍ପର୍କରେ ଆସନ୍ତାକାଲି ୧୧ଟା ୩୦ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ । ଏହା ସହ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବନାହିଁ । ବିଧାୟକଙ୍କ ବିରୋଧରେ ଥିବା ଅଭିଯୋଗ ସ୍ୱାଧୀକାର କମିଟିକୁ ଯିବ ବୋଲି ବୈଠକ ପରେ ବାଚସ୍ପତି ସୂଚନା ଦେଇ କହିଛନ୍ତି ।

Get real time updates directly on you device, subscribe now.