fbpx

ପଦ୍ମ ଧରିଲେ ‘ରାମ’

ନୂଆଦିଲ୍ଲୀ,୧୮ ।୩: ଦିଲ୍ଲୀରେ ପଦ୍ମ ଶିବିରରେ ସାମିଲ ହେଲେ ରାମ ଭକ୍ତ ବା ଅଭିନେତା ଅରୁଣ ଗୋଭିଲ । ଲୋକପ୍ରିୟ ସିରିଏଲ ରାମାୟଣରେ ‘ରାମ’ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣିଥିଲେ ଅରୁଣ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।

ତେବେ ଅରୁଣ ଗୋଭିଲ୍ ଟିଭି ପରଦାରେ ରାମଙ୍କ ଭୂମିକା ପାଇଁ ବେଶ ଲୋକପ୍ରିୟ ହୋଇଥିଲେ । ପଦ୍ମ ଧରିବା ପୂର୍ବରୁ ଅରୁଣ ଗୋଭିଲ ଟ୍ୱିଟ୍ କରି ଲେଖିଥିଲେ, ‘ସମସ୍ତ ବଡ଼ ଭୁଲ ପଛରେ ଅହଙ୍କାର ହିଁ ମୂଳ କାରଣ ।’ ୧୯୮୭ରେ ମୁକ୍ତିଲାଭ କରିଥିବା ରମାନନ୍ଦ ସାଗରଙ୍କ ସିରିୟଲ୍ ରାମାୟଣ ଲୋକଙ୍କ ମନ ମସ୍ତିଷ୍କରେ ଘର କରିଥିଲା । ଏପରିକି ଲୋକେ ଟିଭି ସାମ୍ନାରେ ଧୂପକାଠି ଧରି ପୂଜା କରୁଥିଲେ । ଭଗବାନ ରାମଙ୍କ ରୂପରେ ଯେଉଁ ବ୍ୟକ୍ତିଙ୍କୁ ଲୋକେ ପୂଜା କରୁଥିଲେ ସେ ହିଁ ଅରୁଣ ଗୋଭିଲ । ଯଦିଓ ରାମାୟଣ ବହୁତ ଲୋକପ୍ରିୟତା ପାଇଥିଲା କିନ୍ତୁ ଲକ୍ଡାଉନ୍ ସମୟରେ ରାମାୟଣର ପୁନଃ ପ୍ରସାରଣ ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ସମୟରେ ଦେଶରେ ୭.୭୦ କୋଟି ଲୋକ ରାମାୟଣ ଦେଖିଥିଲେ ।

Get real time updates directly on you device, subscribe now.