fbpx

ଖୁଦୁରୁକୁଣୀ ଓଷାରେ ଆସିଲା ଦୁଃଖଦ ଖବର, ସାଙ୍ଗମାନଙ୍କ ସହ ନଦୀକୁ ବାଲୁକା ପୂଜା ପାଇଁ ଯାଇଥିବା ସମୟରେ ଭାସିଗଲେ ନାବାଳିକା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଝିଅମାନଙ୍କ ଖୁଦୁରୁକୁଣୀ ଓଷା ପର୍ବ । ଏହିଦିନ ଝିଅମାନେ ମା’ ମଙ୍ଗଳାଙ୍କ ଓଷା କରିଥାନ୍ତି । କିନ୍ତୁ ପର୍ବ ଆରମ୍ଭରୁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଆଜି ସକାଳେ ଖୁଦୁରୁକୁଣୀ ଓଷାରେ ବାଲୁକା ପୂଜା କରିବାକୁ ନଦୀକୁ ଯାଇଥିବା ସମୟରେ ଜଣେ ନାବାଳିକା ନଦୀରେ ଭାସି ଯାଇଛନ୍ତି ।

ଅଠରବାଙ୍କୀ ନଦୀକୁ ସାଙ୍ଗମାନଙ୍କ ସହ ବାଲୁକା ପୂଜା କରିବାକୁ ଯାଇଥିବା ସମୟରେ ନାବାଳିକା ଜଣକ ଭାସି ଯାଇଛନ୍ତି । ନାବାଳିକାଙ୍କ ନାମ ଆରତୀ ମଲ୍ଲିକ ଓ ତାଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡିଛି । ତେବେ ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକମାନେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ ବି ନାବାଳିକାଙ୍କର କୌଣସି ସନ୍ଧାନ ମିଳିନାହିଁ ।

Get real time updates directly on you device, subscribe now.