ନାବାଳିକା ସ୍ତ୍ରୀକୁ ନିର୍ଯ୍ୟାତନା, SIଙ୍କ ନାଁରେ ଅଭିଯୋଗ

ରସିକିଆ ପୋଲିସ SI। ନାବାଳିକା ଝିଅକୁ ବିବାହ ସହ ଦେଉଥିଲେ ନିର୍ଯ୍ୟାତନା!

ଜଗତସିଂହପୁର: ରସିକିଆ ପୋଲିସ ସ୍ୱାମୀ। ପୋଲିସ ହୋଇ ମଧ୍ୟ ଆଇନର ଉଲଘଂନ। ଯେହେତୁ ସେ ଜଣେ SI, ତେଣୁ ସେ ଭଲ ଭାବରେ ଜାଣିଛନ୍ତି ନାବାଳିକାକୁ ବିବାହ କରିବା ଦଣ୍ଡନୀୟ ଅପରାଧ। ତାପରେ ବି ସେ ବିବାହ କରିଥିଲେ।

ବିବାହ କଲେ ଆଉ ତା’ଉପରେ ନାବାଳିକା ସ୍ତ୍ରୀକୁ ମଧ୍ୟ ନିର୍ଯ୍ୟାତନା ଦେଲେ। ଏକଥା ଆମେ କହୁନାହୁଁ। ଏହି ରସିକିଆ SIଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି କି ସେ ତାଙ୍କ ନାବାଳିକା ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଛନ୍ତି।

ଅଭିଯୁକ୍ତ SI ବାଲେଶ୍ୱର ଅଞ୍ଚଳର ଏମିତ୍ ପାଢ଼ୀ। ଅମିତଙ୍କ ନାଁରେ ଜଗତସିଂହପୁର ସଦର ଥାନାରେ ଏତଲା ଦିଆଯାଇଛି।  ନାବାଳିକାକୁ ବିବାହ ସହ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ଜଗତସିଂହପୁର କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।