fbpx

ନାବାଳିକାକୁ ଦୁଷ୍କର୍ମ କଲା ବାପାର ସାଙ୍ଗ: ଛୁଆ ଜନ୍ମ ପରେ ସାମ୍ନାକୁ ଆସିଲା ଘଟଣା, ଦେଖନ୍ତୁ ଭିଡିଓ

ନିମାପଡା (ଓଡ଼ିଶା ଭାସ୍କର): ନିମାପଡାରୁ ଆସିଛି ଏକ ଅଭାବନୀୟ ଘଟଣା । ନିଜ ସାଙ୍ଗର ଝିଅକୁ ଦୁଷ୍କର୍ମ କରିଛି ଜଣେ ଜହ୍ଲାଦ । ନାବାଳିକା ଜଣଙ୍କ ଗର୍ଭବତୀ ହେବା ସହିତ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ନିଜ ଝିଅ ବୟସର ଏହି ନାବାଳିକାକୁ ବିଶ୍ୱନାଥ ପାହାଡକୁ ନେଇ ଦୁଷ୍କର୍ମ କରିଥିଲା ଜହ୍ଲାଦ ଲିଙ୍ଗା ପରିଡା ।

ପୀଡିତାଙ୍କ ପିତା ମାତା ଦିନ ମଜୁରିଆ ଅଟନ୍ତି । ଲିଙ୍ଗା ପରିଡା ଉଭୟଙ୍କ ସହିତ ମଜୁରୀକୁ ଯାଉଥିବା ବେଳେ ଏକ ସମ୍ପର୍କ ଗଢି ଉଠିଥିଲା । ଏହି କାରଣରୁ ଲିଙ୍ଗା ନିୟମିତ ଭାବରେ ପୀଡିତାଙ୍କ ଘରକୁ ଯିବା ଆସିବା କରୁଥିଲା । ରଜ ସମୟରେ ବୁଲେଇବାକୁ ନେଇ ବିଶ୍ୱନାଥ ପାହାଡ ଉପରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଲିଙ୍ଗା । ଏହି ଘଟଣା ଘରେ ନ କହିବା ପାଇଁ ଧମକ ଚମକ ଦେବା ସହିତ ଆର୍ଥିକ ପ୍ରଲୋଭନ ମଧ୍ୟ ଦେଖାଇଥିଲା ଲିଙ୍ଗା । ଯୁବତୀ ଜଣଙ୍କ ଛୁଆ ଜନ୍ମ ଦେବା ପରେ ପରିବାର ଲୋକ ପଚାରିବାରୁ ଶେଷରେ ଲିଙ୍ଗାର ନାଁ ନେଇଥିଲେ ନାବାଳିକା । ଏହା ସହିତ ନ୍ୟାୟ ଦାବି କରିଛନ୍ତି ପୀଡିତାଙ୍କ ପରିବାର । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.