fbpx

ନାବାଳିକାକୁ ଅପହରଣ ପରେ ପାଣି ଟାଙ୍କି ଘରେ ରଖି ଦୁଷ୍କର୍ମ କଲେ ଦୁର୍ବୃତ୍ତ: ଜଣେ ଗିରଫ, ଅନ୍ୟ ୨ ଅଭିଯୁକ୍ତକୁ ଖୋଜୁଛି ପୋଲିସ

କଣିହାଁ (ଭାସ୍କର ନ୍ୟୁଜ୍‌): କଣିହାଁ ଥାନା ଅଞ୍ଚଳର ଜୈନେକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ଛେଣ୍ଡିପଦା ଥାନା ଅଧିନସ୍ଥ ଖଙ୍ଗୁରୁଆ ସାହିର ନିକୁନ୍‌ ସାହୁ(୨୦) ।

ପୋଲିସ୍‌ ସୂତ୍ରରୁ ପ୍ରକାଶ ଯେ, ଗତ ୫ ତାରିଖରେ ଥାନାରେ ପିଡିତାଙ୍କ ପରିବାର ପକ୍ଷରୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପୋଲିସ୍‌ ପକ୍ଷରୁ ସେହିଦିନ ହିଁ ଏକ ମାମଲା ରୁଜୁ କରି ପୁଲିସ୍‌ ଅନୁସନ୍ଧାନ ଚଳାଇଥିଲା । ଏହି ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିକୁନ୍‌ କୁ ଶୁକ୍ରବାର ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଅଭିଯୁକ୍ତ ନିକୁନ୍‌କୁ ଏହି ଘଟଣାରେ ସହଯୋଗ କରିଥିବା ଦୁଇ ଅଭିଯୁକ୍ତ ଫେରାର୍‌ ଥିବା ପୁଲିସ୍‌ କହିଛି । ସେମାନେ ହେଲେ ଛେଣ୍ଡିଦା ଥାନା ଅଂଚଳର ପ୍ରବୀଣ ପ୍ରଧାନ(୨୦) ଓ ବାଗେଡିଆ ନୂଆଗାଁର ଚିକୁ ସାହୁ(୨୧) ଫେରାର୍‌ ଥିବା ଜଣାପଡିଛି । ବୁଢାପାଳ ଅଂଚଳ ଓ ଛେଣ୍ଡିପଦା ପାଣି ଟାଙ୍କି ଘରେ ରଖି ଦୁଷ୍କର୍ମ କରିବା ପରେ ଦୁଇ ଦିନ ପରେ କଣିହାଁ ଅଂଚଳରେ ନାବାଳିକାକୁ ଛାଡିଦେଇ ଥିଲେ ବୋଲି କଣିହାଁ ପୁଲିସ୍‌ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.