fbpx

ନାବାଳିକ ପୁଅ-ଝିଅକୁ ଲିଭ-ଇନ ରିଲେସନସିପରେ ରହିବାର ଅଧିକାର ନାହିଁ: ହାଇକୋର୍ଟ

Advertisement

ନୂଆଦିଲ୍ଲୀ: ପ୍ରେମୀଯୁଗଳଙ୍କ ମଧ୍ୟରେ ଯଦି କେହି ନାବାଳିକା କିମ୍ବା ନାବାଳକ ହୋଇଥିବେ ତାହେଲେ ଲିଭ୍-ଇନ୍ ରିଲେସନ୍ କୁ ଅନୁମତି ଦିଆଯିବ ନାହିଁ । ତେବେ ଏହିଭଳି ଏକ ରାୟ ଶୁଣାଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ । ଲିଭ୍-ଇନ୍ ରିଲେସନ୍ ରେ ରହୁଥିବା ଜଣେ ପ୍ରେମୀ ଯୁଗଳଙ୍କ ସୁରକ୍ଷା ଆବେଦନର ଶୁଣାଣି ସମୟରେ ଏଭଳି ମତ ଦେଇଛନ୍ତି ହାଇକୋର୍ଟ । ଆବେଦନପତ୍ର ଦାଖଲ କରିବାକୁ ଯାଇ ଲୁଧିଆନାର ଏହି ପ୍ରେମୀ ଯୁଗଳ କହିଥିଲେ ଯେ ଦୁହେଁ ସାବାଳକ ଓ ସେମାନେ ଲିଭ୍-ଇନ୍ ରେ ରହୁଛନ୍ତି ।

ଯୁବତୀ ଜଣକ କହିଛନ୍ତି ଯେ, ତାଙ୍କୁ ୨୧ ବର୍ଷ କିନ୍ତୁ ବୟସ ସହ ଜଡିତ ଦଲିଲ ଉପଲବ୍ଧ ନାହିଁ । ହାଇକୋର୍ଟ କହିଛନ୍ତି ଯେ ଯଦି ଉଭୟ ଝିଅ ଏବଂ ପୁଅ ସାବାଳକ ହୋଇଥାନ୍ତି ତେବେ କୌଣସି ଆପତ୍ତି ନାହିଁ । କିନ୍ତୁ ଯଦି କୌଣସି ଜଣେ ନାବାଳକ ହୋଇଥାନ୍ତି ତାହେଲେ ଲିଭ୍-ଇନ୍ କୁ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.