fbpx

ଏହି ଦେଶରେ ରହିଛି ଚମତ୍କାରୀ ଶିବ ମନ୍ଦିର: ସେଠାରେ କେବେବି ଲିଭୁନାହିଁ ଅଗ୍ନିକୁଣ୍ଡ, ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ

ପାକିସ୍ତାନ ଭଳି ବାଂଲାଦେଶ ରେ ବି ହିନ୍ଦୁ ଓ ସେମାନଙ୍କ ଧାର୍ମିକ ସ୍ଥାନକୁ ଟାର୍ଗେଟ କରାଯାଉଛି । କିନ୍ତୁ ଏହା ସତ୍ତ୍ୱେ ସେଠାରେ ଥିବା ପ୍ରାଚୀନ ଶିବ ମନ୍ଦିର ଲୋକଙ୍କ ଆସ୍ଥାର ପ୍ରତୀକ ହୋଇଛି । ବହୁ ଦୂରଦୂରାନ୍ତରୁ ଲୋକେ ଭଗବାନଙ୍କ ଶିବଙ୍କ ଦର୍ଶନ କରିବାକୁ ମନ୍ଦିରକୁ ଧାଇଁଆସନ୍ତି । ଏହି ପ୍ରାଚୀନ ମନ୍ଦିରରେ ସବୁଠାରୁ ଖାସ୍ କଥା ହେଉଛି ସେଠାରେ ସବୁବେଳେ ନିଆଁ ଜଳୁଛି, ଯାହାକୁ ଦେଖି ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ।

ବାଂଲାଦେଶ ହିନ୍ଦୁ ୟୁନିଟ୍ କାଉନସିଲ ମଙ୍ଗଳବାର ଦିନ ସମଗ୍ର ବିଶ୍ୱ ପାଇଁ ଆଶ୍ଚର୍ଯ୍ୟର କେନ୍ଦ୍ର ସାଜିଥିବା ଶିବ ମନ୍ଦିରର କିଛି ଫଟୋ ସେୟାର କରିଥିଲା । ଅଗ୍ନିକୁଣ୍ଡ ମହାଦେବ ମନ୍ଦିରର ସୂଚନା ଦେବାକୁ ଯାଇ କାଉନସିଲ ଲେଖିଛି ଯେ, ‘ଅଗ୍ନିକୁଣ୍ଡ ମହାଦେବ ମନ୍ଦିର । ଏହା ମହାଦେବଙ୍କ ପ୍ରାଚୀନ ମନ୍ଦିର, ଯାହାକି ଚିଟ୍ଟାଗାଁରେ ରହିଛି । ଏହି ମନ୍ଦିରରେ ସବୁବେଳେ ନିଆଁ ଜଳିଥାଏ ।

ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତ୍ନତତ୍ତ୍ୱବିତ୍ ଏହି ଅଗ୍ନିକାଣ୍ଡର ଉତ୍ସ ଖୋଜିପାରି ନାହାନ୍ତି ବୋଲି ପରିଷଦ କହିଛି । ସେୟାର ହୋଇଥିବା ଫଟୋରେ ମନ୍ଦିରର ଅଗ୍ନିକୁଣ୍ଡରେ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି । ଏହି ଫଟୋକୁ ଦେଖି ଲୋକମାନେ ‘ହର ହର ମହାଦେବ’ ଲେଖି କମେଣ୍ଟ ଦେଉଛନ୍ତି ।

 

Get real time updates directly on you device, subscribe now.