fbpx

ଭାରତର ପ୍ରତିବାଦ ପରେ ନରମିଲା ବ୍ରିଟେନ, କୋଭିସିଲ୍ଡ ଟିକାକୁ ଦେଲା ମାନ୍ୟତା

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିଥିଲେ ବି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଭାରତୀୟଙ୍କୁ କ୍ୱାରେଣ୍ଟାଇନରେ ରଖିବା ନିଷ୍ପତ୍ତିକୁ ବଦଳାଇଛି ବ୍ରିଟେନ । ଭାରତର ତୀବ୍ର ପ୍ରତିବାଦ ପରେ ନରମି ଯାଇଛି ବ୍ରିଟେନ୍ । ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ବ୍ରିଟେନ୍ ନିଜର ନିଷ୍ପତ୍ତି ବଦଳାଇଛି । ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ନେଇ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତିକୁ ବଦଳାଇଥିବା ସୂଚନା ମିଳିଛି । ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ ।

ପୂର୍ବରୁ କୋଭିସିଲ୍ଡକୁ ଗ୍ରହଣ କରିନଥିଲେ ବ୍ରିଟେନ ସରକାର । କୋଭିସିଲ୍ଡ ନେଇ ବ୍ରିଟେନ ଗଲେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଥିଲା । ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଭାରତ ସରକାର । ଏଥିପାଇଁ ବ୍ରିଟେନ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଭାରତ ସରକାର ଚେତାବନୀ ଦେଇଥିଲେ ।

Get real time updates directly on you device, subscribe now.