fbpx

ସମ୍ବିତ ପାତ୍ର ଓ ରମଣ ସିଂହଙ୍କୁ  ବଡ ଆଶ୍ଵସ୍ତି, ଛତିଶଗଡ ସରକାରଙ୍କ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନକଲି  ଟୁଲକିଟ୍ ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି। ସର୍ବୋଚ୍ଚ ନ୍ୟାୟାଳୟ କଥିତ ନକଲି ଟୁଲକିଟ୍ ମାମଲାରେ ଛତିଶଗଡ ସରକାରଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି।  ଆବେଦନରେ ଦୁଇ ନେତାଙ୍କ ବିରୋଧରେ ତଦନ୍ତ ଉପରେ ରୋକ୍ ଲଗାଇଥିବା ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ଅନ୍ୟପଟେ ଏହି ମାମଲାରେ ଶୁଣାଣି କରି ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଛତିଶଗଡ ଉଚ୍ଚ ନ୍ୟାୟାଳୟକୁ ଏହି ମାମଲାରେ ନିଷ୍ପତ୍ତି ନେବାକୁ ଦିଅନ୍ତୁ।  ବର୍ତ୍ତମାନ ମାମଲାରେ ଭିନ୍ନ ଭିନ୍ନ ବ୍ୟବହାର କି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ। କାରଣ ଟୁଲକିଟ୍ ସଂପର୍କିତ ଅନେକ ମାମଲା  ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଛି। ପୀଠ କହିଛନ୍ତି, ଏଠାରେ ନିଜର ସମୟ ଏବଂ ଶକ୍ତି ଅପଚୟ କରନ୍ତୁ ନାହିଁ। ଆମେ ଏହି ଆବେଦନ  ଉପରେ ବିଚାର କରିବାକୁ ଇଚ୍ଛୁକ ନୁହଁ। ଆମେ ଆପଣଙ୍କ ଆବେଦନକୁ ଖାରଜ କରୁଛୁ। ଆପଣ ହାଇକୋର୍ଟକୁ ଏହି ଟୁଲକିଟ୍ ମାମଲାର ବିଚାର କରିବାକୁ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଛତିଶଗଡ ହାଇକୋର୍ଟକୁ ନକଲି ଟୁଲକିଟ୍ ମାମଲାରେ ସମ୍ବନ୍ଧିତ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଦିଆଯାଇଥିବା ଟିପ୍ପଣୀରେ ପ୍ରଭାବିତ ନହୋଇ  ବିଚାର କରନ୍ତୁ। ଉଲ୍ଲେଖଯୋଗ୍ୟ, ଛତିଶଗଡ ଉଚ୍ଚ ନ୍ୟାୟାଳୟ ଜୁନ ୧୧ରେ ଅଲଗା ଅଲଗା ଆଦେଶ ପାରିତ କରି ରମଣ ସିଂହ ଏବଂ ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ମାମଲାରେ ଅନ୍ତରୀଣ ଆଶ୍ଵସ୍ତି ପ୍ରଦାନ କରିଥିଲେ।

Get real time updates directly on you device, subscribe now.