fbpx

ପତି-ପତ୍ନୀଙ୍କ ମଧ୍ୟରେ କଳହର କାରଣ ସାଜିପାରେ ଦର୍ପଣ ! ଜାଣନ୍ତୁ ଏହାର ପ୍ରତିକାର

ପ୍ରାଚୀନ କାଳରୁ ହିଁ ମାନବ ସଭ୍ୟତାରେ ଦର୍ପଣ ବା ଆଇନାର ବ୍ୟବହାର ହୋଇଆସୁଛି। ଦର୍ପଣ ବ୍ୟକ୍ତିର ଜୀବନକୁ ଅନେକ ଢ଼ଙ୍ଗରେ ପ୍ରଭାବିତ କରିଥାଏ। ଗୋଟିଏ ପଟେ ଏହାର ବ୍ୟବହାର ସଜବାଜ ହେବା ପାଇଁ କରାଯାଉଥିବା ସମୟରେ ଅନ୍ୟପଟେ ଏହାକୁ ଠିକ୍‌ ସ୍ଥାନରେ ନ ରଖିଲେ ଆପଣଙ୍କ ଜୀବନ ଅସୁନ୍ଦର ହୋଇଯିବାର କଥା ରହିଛି। ଦର୍ପଣ ବ୍ୟକ୍ତିର ଜୀବନକୁ ଅନେକ ଢ଼ଙ୍ଗରେ ପ୍ରଭାବିତ କରିଥାଏ । ଗୋଟିଏ ପଟେ ଏହାର ବ୍ୟବହାର ସଜବାଜ ହେବା ପାଇଁ କରାଯାଉଥିବା ସମୟରେ ଅନ୍ୟପଟେ ଏହାକୁ ଠିକ୍‌ ସ୍ଥାନରେ ନ ରଖିଲେ ଆପଣଙ୍କ ଜୀବନ ଅସୁନ୍ଦର ହୋଇଯାଇପାରେ ।

ଆସନ୍ତୁ ଜାଣିବା ଘରେ ଦର୍ପଣ ରଖିବାର ସଠିକ୍‌ ଦିଗ ବିଷୟରେ…

୧- ମନେ ରଖନ୍ତୁ ରାତିରେ ଶୋଇବା ସମୟରେ ଦର୍ପଣରେ ଯେପରି ଆପଣଙ୍କ ଖଟ ପ୍ରତିଫଳିତ ନହୁଏ।ଏପରି ହେବା ଦ୍ୱାରା ଘରର ମୁଖିଆଙ୍କର ଦେହ ଅସୁସ୍ଥ ରହିଥାଏ ଏବଂ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥାଏ।

୨-ଦକ୍ଷିଣ ଦିଗରେ ଦର୍ପଣ ରହିଲେ ଘରର ସଦସ୍ୟ ଅସୁସ୍ଥ ହୋଇଥାନ୍ତି। ସେହିପରି ଆପଣଙ୍କ ଘରେ ଯଦି ଦକ୍ଷିଣ-ପୂର୍ବ ଦିଗରେ ଦର୍ପଣ ରହିଛି, ତେବେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ କଳହ ସୃଷ୍ଟି ହୋଇପାରେ।

୩-ପଶ୍ଚିମ ଦିଗରେ ଦର୍ପଣ ଲଗାଇଲେ ଆପଣ ଦିନକୁ ଦିନ ଅଳସୁଆ ହୋଇଥାନ୍ତି।

୪-ଯଦି ଆପଣଙ୍କ ଘରେ ଉତ୍ତର ଦିଗରେ ଦର୍ପଣ ରହିଛି, ତେବେ ଆପଣଙ୍କର ଆର୍ଥିକ ସମୃଦ୍ଧି ହୋଇଥାଏ। ସେହିପରି ଉତ୍ତର-ପୂର୍ବ ଓ ପୂର୍ବ ଦିଗରେ ଦର୍ପଣ ଲଗାଇଲେ ଘରର ସଦସ୍ୟଙ୍କର ଉନ୍ନତି ହେବା ସହିତ ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିଥାଏ।

Get real time updates directly on you device, subscribe now.