fbpx
BJD SKY
BJD SKY

ଯଦି ଦ୍ୱିପହରରେ ଖାଇବା ପରେ ଆପଣଙ୍କୁ ନିଦ ଲାଗୁଛି ତେବେ ସାବଧାନ୍! ଆପଣଙ୍କୁ ଫୁଡ୍ କୋମା ହୋଇନାହିଁ ତ’, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

BJD

ଦ୍ୱିପହରରେ ଖାଦ୍ୟ ଗ୍ରହଣ ପରେ କ’ଣ ଆପଣଙ୍କୁ ନିଦ ଲାଗୁଛି କି ? ଯଦି ହଁ, ତେବେ ଆପଣ ପୋଷ୍ଟପ୍ରେଣ୍ଡିଆଲ୍ ସୋମୋଲେନ୍ସର ରୋଗର ଶିକାର ହୋଇଛନ୍ତି । ଯାହାକୁ ସାଧାରଣ ଭାଷାରେ ଫୁଡ୍ କୋମା କୁହାଯାଏ । କିନ୍ତୁ କ’ଣ ଆପଣ ଏହାର କାରଣ ଜାଣନ୍ତି କି ? ଯଦି ନା ତେବେ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବିଶେଷଜ୍ଞ…

ଖାଇବା ପରେ କାହିଁକି ଆସୁଛି ନିଦ ?
ଖାଇବା ପରେ ନିଦ ଲାଗିବା, ଅଳସୁଆ ଲାଗିବା, କାମ କରିବାକୁ ମନ ନଲାଗିବା, ଥକ୍କା ଲାଗିବା ଆଦିର ସମସ୍ୟାକୁ ପୋଷ୍ଟପ୍ରେଣ୍ଡିଆଲ୍ ସୋମୋଲେନ୍ସ କୁହାଯାଏ । ମଧ୍ୟାହ୍ନ ଭୋଜନ ପରେ ରକ୍ତ ସଞ୍ଚାଳନରେ ପରିବର୍ତ୍ତନ ହେତୁ ଏହି ସମସ୍ୟା ଦେଖାଦେଇଥାଏ । ଯେଉଁ ଲୋକମାନେ ସକାଳ ସମୟରେ କିଛି ଖାଇନଥାନ୍ତି, ଦ୍ୱିପହରରେ ଖାଇବାର ପରେ ତାଙ୍କର ବ୍ଲଡ ସର୍କୁଲେସନ ସ୍ଲୋ ହୋଇଯାଏ । ଏ ଏହି କାରଣରୁ ଅଳସୁଆ ଲାଗେ ଓ ନିଦ ମାଡିଥାଏ । କିଛି ଲୋକଙ୍କୁ ଅନେକ ଘଣ୍ଟା ନର୍ଯ୍ୟନ୍ତ ହାଇ ଆସିଥାଏ ।

ସ୍ଲିପ୍ ହରମୋନ୍ ଉପରେ ଖାଦ୍ୟର ପ୍ରଭାବ :-
ଖାଦ୍ୟ ଖାଇବା ପରେ ସ୍ଲିପ୍ ହରମୋନ୍ ଉପରେ ଏହାର ପ୍ରଭାବ ପଡ଼ିଥାଏ । ହଜମ ପ୍ରକ୍ରିୟାରେ ଅନେକ ପ୍ରକାରର ନ୍ୟୁରୋଟ୍ରାନ୍ସମିଟର ରିଲିଜ୍ ହୋଇଥାଏ । ଏହି କାରଣରୁ, ଥକ୍କାପଣ ଏବଂ ନିଦ ଆସିା ଆରମ୍ଭ ହୋଇଥାଏ । କିଛି ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ଏହି ସମସ୍ୟା ୨ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । କିଛି ଲୋକଙ୍କ ଭିତରେ ଏହା ୧ଘଣ୍ଟା ମଧ୍ୟରେ ଶେଷ ହୁଏ । ଅଲଗା ଅଲଗା ବ୍ୟାକ୍ତିଙ୍କଠାରେ ଏହି ସମସ୍ୟା ଭିନ୍ନ ହୋଇଥାଏ ।

ଫୁଡ୍ କୋମା ବିପଜ୍ଜନକ କି?
ଖାଇବା ପରେ ଆପଣ ୪ ଘଣ୍ଟା ପାଇଁ ପୋଷ୍ଟପ୍ରେଣ୍ଡିଆଲ୍ ସୋମୋଲେନ୍ସ ଅନୁଭବ କରିପାରନ୍ତି । ଫୁଡ୍ କୋମା ବିପଜ୍ଜନକ କି ନୁହେଁ ତାହା ଉପରେ ଏପର୍ଯ୍ୟନ୍ତ କୌଣସି ଅନୁସନ୍ଧାନ କରାଯାଇ ନାହିଁ । ଅବଶ୍ୟ କେତେକ କ୍ଷେତ୍ରରେ, ଭୋଜନ ପରେ ଥକ୍କାପଣ ମଧୁମେହର ଲକ୍ଷଣ ହୋଇପାରେ । ଏହା ସମସ୍ତ ଲୋକଙ୍କଠାରେ ହୁଏ ନାହିଁ । ୫୦ ବର୍ଷରୁ ଅଧିକ ଲୋକ ଏହି ଲକ୍ଷଣ ପ୍ରତି ଧ୍ୟାନ ଦେବା ଉଚିତ୍ ।

ପୋଷ୍ଟପ୍ରେଣ୍ଡିଆଲ୍ ସୋମୋଲେନ୍ସକୁ କିପରି ଏଡାଇ ହେବ?

-ମଧ୍ୟାହ୍ନ ଭୋଜନ ହାଲୁକା କରନ୍ତୁ ।
-ଖାଇବାର କିଛି ମିନିଟ୍ ପରେ ପାଣି ପିଅନ୍ତୁ ।
-ଖାଇବା ପରେ କିଛି ସମୟ ଚାଲନ୍ତୁ ।
-ରାତିରେ ଅତି କମରେ ୭ ଘଣ୍ଟା ଶୋଇବା ଜରୁରୀ ।

Get real time updates directly on you device, subscribe now.