fbpx
BSKY
BJD MC SKY
BJD MS SKY

ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ଗୋଡ଼େଇ ପିଟିଲେ ଗାଁ ଲୋକେ

ଜଳେଶ୍ୱର: ପ୍ରଧାନଶିକ୍ଷକଙ୍କୁ ଗାଁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିବା ଖବର ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗାଁ ଲୋକେ ପ୍ରଧାନଶିକ୍ଷକଙ୍କୁ ପିଟିଥିବା ଜଣାପଡିଛି । ରାଜ୍ୟ ତଥା ଦେଶରେ ଏପରି ଅନେକ ମାମଲା ଦେଖାଦେଉଥିବା ବେଳେ ଆଜି ଜଳେଶ୍ୱରରେ ଦେଖାଦେଇଛି ।

ସୂଚନା ଅନୁସାରେ, ଜଳେଶ୍ୱରର ଭୋଗରାଇ ଥାନା ଅଞ୍ଚଳର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଛନ୍ତି । ଏନେଇ ଅଭିଯୁକ୍ତ ଛାତ୍ରୀ ପ୍ରଧାନଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହାକୁ କେନ୍ଦ୍ର କରି ସ୍କୁଲ ପାଖରେ ଉତ୍ତେଜନା ଦେଖାଦେଇଛି । ଆକ୍ରମଣ ପରେ ପ୍ରଧାନଶିକ୍ଷକ ଫେରାର ଅଛନ୍ତି ।

Get real time updates directly on you device, subscribe now.