fbpx
BSKY
BJD MC SKY
BJD MS SKY

ଆସିଲା ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ: ବିଷକ୍ରିୟା କିମ୍ବା ନିଶା ସେବନର ମିଳିନାହିଁ ପ୍ରମାଣ

ରାଉରକେଲା: ଆସିଲା ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ । ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ଶରୀରକୁ ଭିସେରା ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ଏହି ରିପୋର୍ଟ ଆଜି ଆସିଥିବା ସୂଚନା ମିଳିଛି । ଏ ନେଇ ଡିଏସପି ବନିତା ମାଝୀ ସୂଚନା ଦେଇଛନ୍ତି ।

ତେବେ ଏହି ରିପୋର୍ଟରୁ ତାଙ୍କ ଶରୀରରେ କୌଣସି ପ୍ରକାର ବିଷକ୍ରିୟା କିମ୍ବା ନିଶା ସେବନର ପ୍ରମାଣ ମିଳିନାହିଁ । ଏ ନେଇ ଅଧିକ ଯାଞ୍ଚ କରିବା ପାଇଁ ତାଙ୍କ ମୋବାଇଲ ଫୋନକୁ ଫରେନ୍ସିକ ଲ୍ୟାବକୁ ପଠାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ତାରିଖରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ନିଖୋଜ ହୋଇଥିଲେ । ଏହାର କିଛି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କ ମୃତ ଦେହ ନିର୍ମାଣାଧୀନ ପାର୍କର ପୋଖରୀରୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.