ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ମୌନୀ ଅମାବାସ୍ୟା ଦିନ ଦଳାଚକଟା ଘଟିଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏଥିମଧ୍ୟରୁ ପ୍ରୟାଗରାଜର ଜିରୋ ରୋଡରେ ରହୁଥିବା ଖୁଣ୍ଟୀ ଗୁରୁ ମଧ୍ୟ ଏହି ଘଟଣା ପରେ ନିଖୋଜ ଥିଲେ।
ଖୁଣ୍ଟୀ ଗୁରୁଙ୍କ ଘରେ ୧୩ତମ ଦିନରେ ଶୁଦ୍ଧିଘର ଚାଲିଥିଲା। ଏଥିପାଇଁ ସଂଧ୍ୟାରେ ଲୋକଙ୍କୁ ଭୋଜନ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଏହି ସମୟରେ ଏଭଳି ଏକ ଘଟଣା ଘଟିଲା ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ।
ଯେଉଁ ମୃତ ଖୁଣ୍ଟୀ ଗୁରୁଙ୍କ ନାମରେ ଶୁଦ୍ଧିକ୍ରିୟା ଚାଲିଥିଲା ସେହି ବ୍ୟକ୍ତି ଅଚାନକ ସମସ୍ତଙ୍କ ନଜରକୁ ଆସିଥିଲେ। ଏହି ବ୍ୟକ୍ତିଙ୍କୁ ଦେଖିବା ପରେ ଶୁଦ୍ଧିଘର ଏକ ଭୋଜିରେ ପରିଣତ ହୋଇଗଲା ତାଙ୍କୁ ଦେଖି ପଡ଼ୋଶୀ ଏବଂ ପରିବାର ଲୋକେ ଖୁସି ହୋଇଯାଇଥିଲେ।
୧୩ ଦିନ ପର୍ଯ୍ୟନ୍ତ କୁଆଡେ ଥିଲେ: ଏହି ବିଷୟରେ ଯେତେବେଳେ ଖୁଣ୍ଟୀ ଗୁରୁଙ୍କୁ ପଚରାଯାଇଥିଲା, ସେତେବେଳେ ସେ ଉତ୍ତର ଦେଇଥିଲେ ଯେ, ସେ ସାଧୁ ସନ୍ଥଙ୍କ ଏକ ଗୋଷ୍ଠୀ ସହ ଚାଲିଯାଇଥିଲେ। ସେଠାରେ ସେ ଗଞ୍ଜେଇ ସେବନ କରିଥିଲେ। ଏହାପରେ ସେ କିଛି ଜାଣିନ ପାରି ଶୋଇପଡିଥିଲେ।