fbpx

ଫିଲିପାଇନ୍ସରେ ନିଖୋଜ ବିମାନ ଦୁର୍ଘଟଣାଗ୍ରସ୍ତ: ଭାରତୀୟ ପାଇଲଟଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ

Advertisement

ନୂଆଦିଲ୍ଲୀ: ଫିଲିପାଇନ୍ସର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ପରେ ବିମାନଟି ନିଖୋଜ ହୋଇଯାଇଥିଲା ।

ପରେ ଏହି ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଛି । ସୂଚନାନୁସାରେ, ଫିଲିପାଇନ୍ସରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଜଣେ ଭାରତୀୟ ଛାତ୍ର ପାଇଲଟ ଏବଂ ତାଙ୍କର ଫିଲିପିଇନ୍ସ ନିର୍ଦେଶକଙ୍କ ମୃତ୍ୟୁ ଘଟିଛି । ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି । ଫିଲିପାଇନ୍ସର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ଆପାୟା ପ୍ରଦେଶରେ ଦୁଇ ସିଟ୍ ବିଶିଷ୍ଟ ସେସନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

ବିମାନବନ୍ଦରରୁ ବିମାନ ଉଡ଼ାଣ ପରେ ନିଖୋଜ ହୋଇଯାଇଥିଲା :-

ତେବେ ଉଦ୍ଧାରକାରୀମାନେ ଦୁର୍ଘଟଣାସ୍ଥଳରୁ କ୍ୟାପଟେନ ଆଡେଲ ଜନ ଲୁମ୍ବାଓ ତାବୁଜୋ ଏବଂ ଛାତ୍ର ପାଇଲଟ ଅନସୁମ ରାଜକୁମାର କୋଣ୍ଡେଙ୍କ ମୃତଦେହ ବାହାର କରିପାରି ନ ଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଇକୋ ‘ଏୟାର ସେସନା ୧୫୨’ ବିମାନ ମଙ୍ଗଳବାର ରାତି ୧୨:୧୬ ରେ ଲାଓଗ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ପରେ ନିଖୋଜ ହୋଇଯାଇଥିଲା । ବିମାନଟି ତୁଗୁଏରାଓ ବିମାନବନ୍ଦରରେ ଅପରାହ୍ନ ୩ ଟା ସମୟରେ ପହଞ୍ଚିବାର ଥିଲା, କିନ୍ତୁ ସେଠାରେ ଅବତରଣ କରିବାରେ ବିଫଳ ହୋଇଥିଲା । ବୁଧବାର ଅପରାହ୍ନରେ ଆପାୟା ପ୍ରଦେଶରେ ବିମାନର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.