fbpx
BSKY
BJD MC SKY
BJD MS SKY

ଏମ୍‌କେସିଜି ଅଧୀକ୍ଷକ ପରେ ପତ୍ନୀ କରୋନା ପଜିଟିଭ ଚିହ୍ନଟ, ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା

ଗଞ୍ଜାମ (ଭାସ୍କର ନ୍ୟୁଜ୍): ଗଞ୍ଜାମ ଜିଲ୍ଳାରେ ବ୍ୟାପିଲା କରୋନା ସଂକ୍ରମଣ। ଗତକିଛି ଦିନ କୋଭିଡ଼ ଗ୍ରାଫ୍ ସ୍ଥିର ରହିବା ପରେ ପୁଣି ଉପମୁହାଁ ହୋଇଛି ସଂକ୍ରମଣ। ଗତ ଶୁକ୍ରବାର ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ ମିଶ୍ର କୋଭିଡ୍‌ ସଂକ୍ରମିତ ଏମ୍‌କେସିଜି ଡିସିଏଚ୍‌୧ରେ ଚିକିତ୍ସା ଚାଲିଛି। ଅନ୍ୟପଟେ ସୋମବାର ତାଙ୍କ ସ୍ତ୍ରୀ ମଧ୍ୟ ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି । ପଜିଟିଭ୍‌ ରିପୋର୍ଟ ଆସିବା ପରେ ଏମ୍‌କେସିଜିରେ ଡିସିଏଚ୍‌-୧ରେ ଭର୍ତ୍ତି ହୋଇଥିବା ଅଧୀକ୍ଷକ ପ୍ରଫେସର ଡା. ମିଶ୍ର କହିଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ସେ ଏମ୍‌କେସିଜି ମେଡିକାଲ କଲେଜରେ ନିଶ୍ଚେତକ ବିଭାଗରେ ଆସୋସିଏଟ୍‌ ପ୍ରଫେସର ଅଛନ୍ତି । ସେପଟେ ମେଡିସିନ୍‌ ବିଭାଗରେ ୪ଜଣ ନର୍ସ ମଧ୍ୟ କୋଭିଡ୍‌ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.