fbpx

‘ମୋ ବସ୍’ର ନାମ ବଦଳିବ! ନୂଆ ନାଁ ରଖାଯାଇପାରେ ‘ଆମ ବସ୍’: ନଗର ଉନ୍ନୟନ ମନ୍ତ୍ରୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିୟମିତ ଭାବେ ଲୋକଙ୍କୁ ଭେଟିବା ସହ ସେମାନଙ୍କର ଅଭିଯୋଗ ଗ୍ରହଣ କରୁଛନ୍ତି । ତେବେ ଗତ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସର ରଙ୍ଗ ନିକଟରେ ବଦଳା ଯାଇଥିଲା । ପୂର୍ବରୁ ତାହା ସବୁଜ ରହିଥିବା ବେଳେ ଏବେ ତାହାକୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଥିଲା । ଢେଙ୍କାନାଳ ବସଷ୍ଟାଣ୍ଡ ଭିତରେ ରହିଥିବା ପାଖାପାଖି ୨୮ଟି ଲକ୍ଷ୍ମୀ ବସର ରଙ୍ଗକୁ ପରିବର୍ତ୍ତନ କରାଯାଇ ଗେରୁଆ କରାଯାଇଥିଲା ।

ତେବେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଅପଡେଟ୍ । ‘ମୋ ବସ’ର ନାମ ବଦଳି ‘ଆମ ବସ୍’ ହୋଇପାରେ । ଏଥିସହିତ ଆବଶ୍ୟକ ପଡ଼ିଲେ ‘ମୋ ବସ’ର ରଙ୍ଗ ମଧ୍ୟ ବଦଳିପାରେ । ‘ମୋ ବସ୍’ ଲୋକଙ୍କୁ ସୁବିଧା ଯୋଗାଉଥିବା ବେଳେ ତାହା ଆଗକୁ ଜାରି ରହିବ । ଆବଶ୍ୟକ ପଡ଼ିଲେ ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍ ଆସିବାକୁ ଥିବା ବେଳେ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ସହରମାନଙ୍କରେ ଇ-ବସ୍ ଚାଲିବ ବୋଲି ଯୋଜନା କରାଯାଉଛି । ଆଗାମୀ ଦିନରେ ‘ମୋ ବସ’ଗୁଡ଼ିକ ବୈଦ୍ୟୁତ ବସ୍ ହେବ । ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏ ବାବଦରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.