fbpx

ଚଳନ୍ତା ଟ୍ରେନରେ ଚୋରି ! ଆଖି ପିଛୁଳାକେ ଝାମ୍ପିନେଲା ମୋବାଇଲ, ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ଲୋକମାନେ ରେଳଯାତ୍ରା କରିଥାନ୍ତି । ପ୍ରାୟତଃ ରେଳଯାତ୍ରା ସମସ୍ତ ବର୍ଗର ଲୋକଙ୍କ ପାଇଁ ସୁବିଧାଜନକ ଅଟେ । ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନରେ ସିସିଟିଭି ସହ ଆରପିଏଫ୍ ଭଳି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସତ୍ତ୍ୱେ ଅନେକ ସମୟରେ ଷ୍ଟେସନରେ ଏବଂ ଟ୍ରେନରୁ ଚୋରି ଓ ଲୁଟମାର ଭଳି ଘଟଣା ସାମ୍ନାକୁ ଆସିଛି । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଚୋରି ଘଟଣା ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭାଇରାଲ ଭିଡିଓରେ ଏକ ପ୍ଲାଟଫର୍ମରୁ ଟ୍ରେନଟି ଚାଲୁଥିବାର ଦର୍ଶାଯାଇଛି । ଟ୍ରେନଟି ବହୁତ ଭିଡ଼ ଅଛି । ଜଣେ ପିଲା ଚୋରି କରିବା ଉଦ୍ଦେଶ୍ୟରେ ଟ୍ରେନ୍ ସହ କିଛି ବାଟ ଚାଲୁଥିବାର ଦେଖାଯାଉଛି । ଉପଯୁକ୍ତ ମଉକା ପାଇ ପିଲାଟି ଟ୍ରେନ୍ ଝରକାରୁ ହାତ ଦେଇ ଜଣେ ଯାତ୍ରୀଙ୍କ ମୋବାଇଲ ଝାମ୍ପି ସେଠାରୁ ଦୌଡ଼ି ପଳାଉଛି । ଟ୍ରେନରେ ବସିଥିବା ଯାତ୍ରୀ କିଛି ବୁଝିବା ପୂର୍ବରୁ ଚୋରଟି ସେଠାରୁ ଚମ୍ପଟ ମାରିଥିଲା । ଏହା ଦେଖିଲେ ସାଧାରଣ ଚୋରି ପରି ମନେ ହୁଏ କିନ୍ତୁ ସତରେ ଚୋରର ବୁଦ୍ଧିକୁ ମାନିବାକୁ ପଡ଼ିବ । ଏହି ଭିଡିଓକୁ ଅପଲରବକ୍ସପକ୍ଟଲପକ୍ଷସଲରପ ନାମକ ଜଣେ ୟୁଜର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।

 

View this post on Instagram

 

A post shared by Aditya_kumar_soni (@_fear_of_life_)

Get real time updates directly on you device, subscribe now.