fbpx
BJD
BJD SKY
BJD SKY

ମଡେଲ ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ କରିବ ତଦନ୍ତ

BJD

ଭୁବନେଶ୍ୱର:ବହୁଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ କ୍ରାଇମହ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ବର୍ତ୍ତମାନ ସୌମ୍ୟଙ୍କ ଆତ୍ମହତ୍ୟାର ପ୍ରକୃତ ସତ୍ୟ ସାମ୍ନାକୁ ଆସି ପାରିବ ବୋଲି ଆଶା କରାଯାଉଛି । ତେବେ ଏହି ତଦନ୍ତ ୩ ମାସ ମଧ୍ୟରେ ସାରିବାକୁ କ୍ରାଇମବ୍ରାଞ୍ଚ ଏବଂ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୨ ମସିହା ଜାନୁଆରୀ ୩୧ ତାରିଖରେ ମଡେଲ ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ଫଳରେ ଏହାକୁ ନେଇ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରାଯାଇଥିଲା । ଏପରିକି ସୋମ୍ୟଙ୍କ ପରିବାର ସୌମ୍ୟଙ୍କ ମୃତ୍ୟୁ ପାଇଁ ଗାୟିକା ସୋନାଲିଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିଥିଲେ । ଯାହାକି ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ମଡେଲ ସୌମ୍ୟଙ୍କ ମୃତ୍ୟୁକୁ ଦୀର୍ଘ ୧ ବର୍ଷ ପୁରିବାକୁ ଯାଉଥିବା ବେଳେ ଆଜି ମଧ୍ୟ ତାଙ୍କ ଆତ୍ମହତ୍ୟାର ପ୍ରକୃତ ରହସ୍ୟ ଜଣାପଡି ନାହିଁ । ଫଳରେ ଏହାର ତଦନତ ଭାର ବର୍ତ୍ତମାନ କ୍ରଇମବ୍ରାଞ୍ଚକୁ ଦିଆଯାଇଛି । ଫଳରେ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.