fbpx

ଫଟୋ ଶୁଟ୍ ପାଇଁ ଆସିଥିଲେ ମଡେଲ୍, ଲଜରେ ୩ଦିନ ପର୍ଯ୍ୟନ୍ତ ବାନ୍ଧି ରଖି କଲେ ଗ୍ୟାଙ୍ଗରେପ୍

ନୂଆଦିଲ୍ଲୀ: ଫଟୋ ଶୁଟ୍ କରାଇବା ପାଇଁ ପହଞ୍ଚିଥିଲେ ମଡେଲ୍ । କିନ୍ତୁ ଗଣଦୁଷ୍କର୍ମର ଶିକାର ହୋଇଯାଇଛନ୍ତି । ଏହିଭଳି ଏକ ମାମଲା ସାମନାକୁ ଆସିଛି କେରଳରୁ । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମଡେଲ ଜଣକ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଡ୍ରିଙ୍କସ୍ ରେ କିଛି ମିଶାଇ ପିଇବାକୁ ଦେଇଥିଲେ । ଯାହାପରେ ସେ ବେହୋସ୍ ହୋଇ ଯାଇଥିଲେ । ଆଉ ଏହାପରେ ତିନି ଦିନ ଧରି ତାଙ୍କ ସହିତ ଗଣଦୁଷ୍କର୍ମ କରାଗଲା । ଏହି ଘଟଣାରେ ତିନି ଜଣ ସଂପୃକ୍ତ ରହିଛନ୍ତି ।

ମଡେଲ୍ ଜଣକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ତାଙ୍କୁ ସହିତ ଏକ ଲଜ୍ ରେ ହୋଇଥିଲା । ଡିସେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତାଙ୍କ ସହିତ ଉକ୍ତ ଲଜ୍ ରେ ଦୁଷ୍କର୍ମ କରାଯାଇଥିଲା । ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ଦୁଷ୍କର୍ମ ବେଳର ଭିଡିଓ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରିଛନ୍ତି । ଭିଡିଓଟିକୁ ଲିକ୍ କରିବା ନେଇ ମଧ୍ୟ ଧମକ ଦେଇଛନ୍ତି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନେ ।

ପୋଲିସ୍ କହିଛି ଯେ, ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଦୁଇଜଣଙ୍କୁ ଏବେ ପୋଲିସ୍ ଖୋଜୁଛି । ସେମାନେ ନିଶା ପଦାର୍ଥ ଦେଇ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ।

Get real time updates directly on you device, subscribe now.