fbpx

(Video):ମୋଦୀ- ବିଲ୍ ଗେଟ୍ସ ଚାୟ ପେ ଚର୍ଚ୍ଚା; ଜଳବାୟୁ ପରିବର୍ତ୍ତନ, AI ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ୱ ବିଶଷୟରେ ଜାଣିବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା ରହିଛି । ଏହି କ୍ରମରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଉଛନ୍ତି । ଉଭୟଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ, AI, ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ, ଡିଜିଟାଲ ପେମେଣ୍ଟ ଇତ୍ୟାଦି ବିଷୟକୁ ନେଇ ଆଲୋଚନା ହେଉଛି । ଏହି ଆଲୋଚନାର ଥୀମ୍ ହେଉଛି ‘ଫ୍ରମ୍ AI ଟୁ ଡିଜିଟାଲ ପେମେଣ୍ଟ୍‌ସ’ । ଆଜି ଏହି ସାକ୍ଷାତକାରର ପ୍ରସାରଣ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଟ୍ୱିଟ୍ କରିଥିଲେ ।

ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ କହିବାନୁଯାୟୀ ବର୍ତ୍ତମାନ ଭାରତ ଟେକ୍ନୋଲୋଜି କ୍ଷେତ୍ରରେ ଦୃତ ଗତିରେ ଅଗକୁ ବଢ଼ୁଛି । ଏହା ଡିଜିଟାଲ ସରକାର ଭଳି । ଭାରତ ନୂତନ ଟେକ୍ନୋଲୋଜିକୁ ଆପଣାଉଛି ମଧ୍ୟ । ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇ ପ୍ରଧାନମନ୍ତ୍ରୀ ‘ନମୋ ଡ୍ରୋନ୍ ଦିଦି’ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଡ୍ରୋନ୍ ଦିଦିଙ୍କ ସହ କଥାବାର୍ତ୍ତା ହେଲେ ଏବେ ବି ସେମାନେ ଖୁସି ପ୍ରକାଶ କରନ୍ତି ଏବଂ କୁହନ୍ତି ସେମାନଙ୍କୁ ସାଇକେଲ ଚଲାଇବା ଆସୁନଥିଲା ଆଜି ସେମାନେ ପାଇଲଟ୍ ହୋଇ ଡ୍ରୋନ୍ ଚଲାଉଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ଜି-୨୦ ଶିଖର ସମ୍ମିଳନୀ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । କିପରି ଭାବେ ଦକ୍ଷତା ବଢ଼ାଇବା ସହ ତୁରନ୍ତ କାମ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସର ପ୍ରୟୋଗର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଡିପ୍ ଫେକ୍ ଭଳି ଅପରାଧରୁ ବଞ୍ଚିବାର ଉପାୟ ଓ ଏହା ସମାଜ ଉପରେ କେତେ ଖରାପ ପ୍ରଭାବ ପଡ଼ିପାରେ ତାକୁ ବି ବିସ୍ତୁତ ଭାବେ ବୁଝାଇଥିଲେ ପ୍ରଧାନମନ୍ତ୍ରୀ। ଡିପଫେକ୍ ଭଳି ସମସ୍ୟାକୁ ରୋକିବା ପାଇଁ AI ଚାଳିତ କଣ୍ଟେଣ୍ଟରେ ୱାଟରମାର୍କର ବ୍ୟବହାର ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘ସ୍ୱଚ୍ଛ ଗଙ୍ଗା’ର ଉଦାହରଣ ଦେଇ ପରିବେଶ ସନ୍ତୁଳନର ବାର୍ତ୍ତା ବି ପ୍ରଧାନମନ୍ତ୍ରୀ ଦେଇଛନ୍ତି। ରିସାଇକେଲ୍ ପ୍ରକ୍ରିୟା ପ୍ରକୃତି ପାଇଁ ବହୁ ଜରୁରୀ, ଏହାକୁ ବୁଝାଇବାକୁ ଯାଇ ନିଜେ ପିନ୍ଧିଥିବା ଏକ ଜ୍ୟାକେଟକୁ ଦର୍ଶାଇଥିଲେ ମୋଦି। କିପରି ସେ ସବୁବେଳେ ନିଜେ ରିସାଇକେଲିଂ ସାମଗ୍ରୀ ବ୍ୟବହାର କରନ୍ତି ବୋଲି କହିଥିଲେ ।

Get real time updates directly on you device, subscribe now.