fbpx

Big Breaking; ଘାଟିରୁ ଓଲଟିଲା ଭ୍ୟାନ୍, ୧୦ ମୃତ: ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ମର୍ମନ୍ୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ୟସ୍ଥଳକୁ ଯିବା ବାଟରେ ଘାଟି ତଳକୁ ଏକ ଭ୍ୟାନ୍ ଓଲଟି ପଡ଼ିଛି । ସ୍ଥାନୀୟ ରାମବାନ ନିକଟ ଘାଟିରୁ ଭ୍ୟାନ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଭାରସାମ୍ୟ ହରାଇ ଭ୍ୟାନ୍ ଘାଟି ତଳକୁ ଓଲଟି ପଡ଼ିଥିବା ଜାଣିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ତେବେ ଆଗକୁ ଏହି ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.