fbpx

ଦେଶର କୃଷକମାନଙ୍କୁ ୭ଟି ବଡ଼ ଉପହାର ଦେଲେ କେନ୍ଦ୍ର ସରକାର; ଅଶ୍ୱିନୀ ବୈଷ୍ଣବ କହିଲେ- ଆୟ ବଢ଼ିବ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ସୋମବାର କ୍ୟାବିନେଟ୍ ୭ଟି ପ୍ରମୁଖ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ଏହି ୭ଟି କାର୍ଯ୍ୟକ୍ରମକୁ ଅନୁମୋଦନ ମିଳିଛି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଥମଟି ହେଉଛି ଡିଜିଟାଲ କୃଷି ମିଶନ, ଏହା କୃଷି ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି କରିବା । ୨୮୧୭ କୋଟି ବିନିଯୋଗରେ ଡିଜିଟାଲ କୃଷି ମିଶନ ପ୍ରସ୍ତୁତ କରାଯିବ ।

କୃଷକଙ୍କୁ ଏହି ଉପହାର ଦେଲେ ମୋଦୀ ସରକାର

  1. ଖାଦ୍ୟ, ପୋଷଣର ଫସଲ ବିଜ୍ଞାନ ପାଇଁ କେନ୍ଦ୍ର କ୍ୟାବିନେଟ ୩୯୭୯ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛି।
  2. କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ୨,୮୧୭ କୋଟି ଟଙ୍କାର ଡିଜିଟାଲ କୃଷି ମିଶନକୁ ଅନୁମୋଦନ କରିଛି।
  3. କୃଷି ଶିକ୍ଷା ଓ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ୨୨୯୨ କୋଟି ଟଙ୍କାର ବ୍ୟବସ୍ଥା ସହ ଏକ କାର୍ଯ୍ୟକ୍ରମକୁ କ୍ୟାବିନେଟ୍ ଅନୁମୋଦନ କରିଛି।
  4. ସ୍ଥାୟୀ ପଶୁସମ୍ପଦ ସ୍ୱାସ୍ଥ୍ୟ ପାଇଁ ସରକାର ୧୭୦୨ କୋଟି ଟଙ୍କାର ଯୋଜନାକୁ ଅନୁମୋଦନ କରିଛନ୍ତି।
  5. ଉଦ୍ୟାନ କୃଷିର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ ୮୬୦ କୋଟି ଟଙ୍କା ମଞ୍ଜୁର କରିଛି।
  6. କୃଷି ବିଜ୍ଞାନ କେନ୍ଦ୍ର ପାଇଁ ୧୨୦୨ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ।
  7. ପ୍ରାକୃତିକ ସମ୍ବଳ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ୧୧୧୫ କୋଟି ଟଙ୍କାର ଏକ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି।

Get real time updates directly on you device, subscribe now.