fbpx

ମୋଦୀ ଶାସନକୁ ପୁରିଲା ୨ ଦଶନ୍ଧି; ମାତ୍ର ୧୦ଟି ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ୫୦ ହଜାର ଟଙ୍କା

ନୂଆଦିଲ୍ଳୀ: କ୍ଷମତାରେ ୨ ଦଶନ୍ଧି ବା ୨୦ ବର୍ଷ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଏମିତି ଏକ ସୁବିଧା ଲଞ୍ଚ କରାଯାଇଛି ଯାହା ଦ୍ୱାରା ସାଧାରଣ ଲୋକ ୫୦ ହଜାର ପର୍ଯ୍ୟନ୍ତ ଜିତିବାର ସୁଯୋଗ ପ୍ରଦାନ କରୁଛି । ୭ ଅକ୍ଟୋବର ଶାସନ କ୍ଷମତାରେ ରହିବାରେ ୨୦ ବର୍ଷ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ସରକାରଙ୍କ ପକ୍ଷରୁ ସେବା ସମ୍ପର୍ଣ୍ଣ କ୍ୱିଜ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତାରେ ମାତ୍ର ୧୦ଟି ପ୍ରଶ୍ନର ଉତ୍ତର ପ୍ରଦାନ କରି ଆପଣ ଜିତି ପାରିବେ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା । ପ୍ରଶ୍ନର ଉତ୍ତର ଦେବା ପାଇଁ ୩୦୦ ସେକେଣ୍ଡ ସମୟ ରହିଥିବା ବେଳେ ସର୍ବାଧିକ ସଠିକ ଉତ୍ତର ଦେଇଥିବା ବ୍ୟକ୍ତିଙ୍କୁ ବିଜେତା ଘୋଷଣା କରାଯିବ । ଏକାଧିକ ପ୍ରତିଯୋଗୀଙ୍କ ଉତ୍ତର ସଂଖ୍ୟା ସମାନ ରହିଲେ ସ୍ୱୟଂକ୍ରିୟ ଭାବରେ ବିଜେତା ଚୟନ କରାଯିବ । କୌଣସି ପ୍ରଶ୍ନର ଉତ୍ତର ଆସୁନଥିଲେ ଉତ୍ତର ଛାଡି ଆଗକୁ ବଢିହେବାର ବିକଳ୍ପ ମଧ୍ୟ ରହିଥାଏ । ଏହା ସହିତ ଭୁଲ ଉତ୍ତର ପାଇଁ ନେଗେଟିଭ ମାର୍କିଂ ମଧ୍ୟ ନାହିଁ ।

ପିଆଇବି ପକ୍ଷରୁ ଟ୍ୱିଟ କରାଯାଇ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଖେଳରେ ଅଂଶଗ୍ରହଣ କରିବା ପାଇଁ ରେ ଯିବାକୁ ପଡିବ । ସେଠାରେ ନିଜର ନାମ, ଠିକଣା, ଇମେଲ ଏବଂ ଫୋନ ନମ୍ବରା ଦେବାକୁ ପଡିବ । ଏହି ସମସ୍ତ ସୂଚନା ଦେବା ପରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ସମ୍ପର୍କରେ ସମ୍ୟକ ସୂଚନା ଗ୍ରହଣ କରିବା ପରେ ଆପଣ ଭାଗ ନେଇ ପାରିବେ । ଜଣେ ପ୍ରତିଯୋଗୀ ଥରେ ମାତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ପ୍ରଥମ ପ୍ରତିଯୋଗୀଙ୍କୁ ୫୦ ହଜାର ପୁରସ୍କାର ରାଶି ପ୍ରଦାନର ବ୍ୟବସ୍ଥା ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୩୦ ଓ ୨୦ ହଜାର ଟଙ୍କା ଦିଆଯାଇଥାଏ । ମାଇଁ ଗଭ ୱେବସାଇଟରେ ଏଭଳି ପ୍ରତିଯୋଗିତା ନିୟମିତ ଭାବରେ କରାଯାଇଥାଏ ।

Get real time updates directly on you device, subscribe now.