fbpx

(Video) ଜୟ ଶ୍ରୀରାମ… ରାମଲାଲାଙ୍କୁ ଦେଖି ମୋଦୀ ରୋକି ପାରିଲେନି ଆଖିର ଲୁହ: କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଜାରି ରହିଛି ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ସେଥିପାଇଁ କେବଳ ଅଯୋଧ୍ୟା ନୁହେଁ, ସାରା ଦେଶ ଆଜି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି । ସମସ୍ତ ଗଳିକନ୍ଦିରେ ପ୍ରଭୁଙ୍କ ନାମରସରେ ଭିଜି ଯାଇଛନ୍ତି ରାମ ଭକ୍ତ । କିନ୍ତୁ ଅଯୋଧ୍ୟାରେ ଭକ୍ତି ଏବଂ ଭାବାବେଗର ଏକ ନିଆରା ପରିବେଶ ସୃଷ୍ଟି ହୋଇଛି । ଭକ୍ତିରସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପସ୍ଥିତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇ ଯାଇଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁଙ୍କ ଦର୍ଶନ ପାଇ ପ୍ରଧାନମନ୍ତ୍ରୀଙ୍କ ଆଖି ଭିଜିଯାଇଛି ।

ଯୁଗ ଯୁଗର ଅପେକ୍ଷା ପରେ ଆଜି ସଫଳତାର ସହ ଶେଷ ହୋଇଛି ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ନିଜ ଆଖିର ଲୁହକୁ ଲୁଚାଇ ପାରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭଗୃହରେ ଉପସ୍ତିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଖିରୁ ଧାର ଧାର ହୋଇ ଝରି ଯାଇଛି ଖୁସିର ଅଶ୍ରୁ । ରାମଲାଲାଙ୍କ ଅପୂର୍ବ ରୂପ ଏବଂ ପ୍ରଭୁଙ୍କ ଆଗମନରେ ନିଜ ଲୁହକୁ ସେ ସମ୍ଭାଳି ପାରିନାହାନ୍ତି । ଶ୍ରୀରାମଙ୍କ ଅଲୌକିକ ସୌନ୍ଦର୍ଯ୍ୟକୁ ଦେଖି ମୋଦୀଙ୍କୁ ଦୁଇ ଆଖିରୁ ଦୁଇ ଦାର ଲୁହ ଝରିଯାଇଛି । ୫୦୦ ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି, ଆଉ ଅଯୋଧ୍ୟାରେ ଗଢିଉଠିଛି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଗର୍ଭଗୃହରେ ଶୋଭା ପାଉଛି ରାମଲାଲାଙ୍କ ଅପୂର୍ବ ସୌନ୍ଦର୍ଯ୍ୟ ବିଗ୍ରହ । ଆଖିରୁ ଝରି ଆସିଥିବା ଲୁହକୁ ପୋଛି ସେ ପୁଣି ଥରେ ପ୍ରଭୁଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଛାତିର କୋହ ଆଉ ଆକିର ଲୁହକୁ ରୋକିବା ତାଙ୍କ ପାଖରେ ସମ୍ଭବ ହୋଇ ପାରି ନଥିଲା ।

କୌଶଲ୍ୟା ନନ୍ଦନ ପ୍ରଭୁ ଶ୍ରୀରାମଙ୍କ ମନଲୋଭା ଚେହେରା ଆଜି ସାରା ଦେଶକୁ ମନ୍ତ୍ରମୁଗ୍ଧ କରି ଦେଇଛି । ରାମ ଭକ୍ତରେ ଭିଜେଇ ଦେଇଛି ଧରାପୃଷ୍ଠରେ ରାମଲାଲାଙ୍କ ଆଗମନ । ୫୦୦ ବର୍ଷର ଯୁଦ୍ଧ ପରେ ଆଜି ପ୍ରଭୁ ଶ୍ରୀରାମ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଖୁସିରେ ଆଜି ସାରା ଦେଶରେ ପାଳନ ହୋଇଛି ଉତ୍ସବ । ରାମଲାଲାଙ୍କ ଆଗମନରେ ଏକ ସାରା ଦେଶରୁ ରାମଭକ୍ତମାନେ ଏହି ଦିନକୁ ପାଳନ କରୁଛନ୍ତି ।

Get real time updates directly on you device, subscribe now.