fbpx

ଗୁଗଲରେ ଟ୍ରେଣ୍ଡ ପାଲଟିଲେ ରାମଲଲା: ଜାଣନ୍ତୁ, ରାମ ମନ୍ଦିରକୁ ନେଇ ଲୋକେ କ’ଣ ସବୁ ସର୍ଚ୍ଚ କରୁଛନ୍ତି

ଓଡିଶା ଭାସ୍କର: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। କାରଣ ଦେଶର ଇତିହାସରେ ଏକ ନୂଆ ଫର୍ଦ ଆଜିଠାରୁ ଯୋଡି ହୋଇଛି। ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ତେବେ ଏହି କାର୍ଯ୍ୟକ୍ରମକୁ ନେଇ ସାରା ଦେଶରେ ଚହଳ ପଡିଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଗୁଗଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଟ୍ରେଣ୍ଡ ପାଲଟିଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ସୋମବାର ଅର୍ଥାତ୍‌ ୨୨ ଜାନୁଆରୀରେ, ପ୍ରାଣ ପ୍ରତିଷ୍ଠା ବିଷୟରେ ଗୁଗୁଲରେ ଅଧିକ ସର୍ଚ୍ଚ ହୋଇସାରିଛି। Google.com/trends/trendingsearches ର ସମସ୍ତ ଟପ -୧୦ ସର୍ଚ୍ଚ ରାମ ମନ୍ଦିର ସହିତ ଜଡିତ। ଏହାପୂର୍ବରୁ, ଗତ ୨୪ ଘଣ୍ଟା ମଧ୍ୟରେ ସମାନ ପ୍ରସଙ୍ଗରେ ଏହିପରି ଧାରା ଦେଖାଯାଇ ନଥିଲା।

ଦେଖନ୍ତୁ, ଗୁଗୁଲ ଟ୍ରେଣ୍ଡସରେ ଗତ ୨୪ ଘଣ୍ଟାରେ ସର୍ଚ୍ଚ ହୋଇଥିବା ଟପ-୧୦ ଟପିକ

  1. Rama • Ayodhya • Hindu Temple
  2. Tanakpur • Rama • Arti
  3. Rama • Bharatiya Janata Party • Ayodhya • Narendra Modi
  4. Rama • Ayodhya • Ramanama • Hindu Temple • Prana Pratishtha
  5. Arunachal Pradesh • Ayodhya • Hindu Temple • Rama • India • Chief minister
  6. Ayodhya • Kalyan Singh • Demolition of the Babri Masjid • Rama • Uttar Pradesh • Chief minister • 1992 • Hindu Temple • Bharatiya Janata Party • Director general of police
  7. Indian National Congress • Rama • Hindu Temple • Ayodhya • Acharya Pramod Krishanam • Narendra Modi • Prana Pratishtha • India
  8. Rama • Ayodhya • Dignity of Life
  9. Rama • Ayodhya • Dignity of Life
  10. Shobha Karandlaje • Ayodhya • Rama • Indian National Congress • Bharatiya Janata Party

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରାମଲଲାଙ୍କ ପ୍ରତିମୂର୍ତ୍ତିକୁ ପ୍ରତିଷ୍ଠା କରିବାର କାର୍ଯ୍ୟକ୍ରମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ରୀତିନୀତି ଅନୁସାରେ ପ୍ରାଣ ପ୍ରତିଷ୍ଠାକୁ ସମାପ୍ତ କରିଛନ୍ତି।

Get real time updates directly on you device, subscribe now.