fbpx

ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ଶ୍ରୀରାମ, ଏବେ ରୋଜଗାର ବି ବଢିଯିବ, ଜାଣନ୍ତୁ କିପରି

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲଲା ବିରାଜମାନ ହୋଇସାରିଲେଣି । ଭଗବାନ ରାମ ନିଜ ନଗରୀରେ ଆସିବା ଦ୍ୱାରା ଅଯୋଧ୍ୟାରେ କେବଳ ଖୁବ୍ ଧନ ବର୍ଷା ହେବ ନାହିଁ ବରଂ ଏହା ରୋଜଗାରର ଅବସର ମଧ୍ୟ ସୃଷ୍ଟି କରିବ । ଷ୍ଟାଫିଂ କମ୍ପାନୀର ମତ ଏବେ ଏଠାରେ ନିର୍ମାଣ ଗତିବିଧି ୧୫% ବୃଦ୍ଧି ପାଇବ । ଏହାଦ୍ୱାରା ଇଂଜିନିୟର୍ସ ଓ କୁଶଳ ଶ୍ରମିକଙ୍କ ଚାହିଦା ବହୁମାତ୍ରାରେ ବଢିଯିବ ।

ଇଂଜିନିୟର୍ସମାନଙ୍କ ମଧ୍ୟରେ ସିଭିଲ୍ ଇଂଜିନିୟରଙ୍କ ମାନଙ୍କର ଅଧିକ ଚାହିଦା ରହିବ । ଅଯୋଧ୍ୟାରେ ମୁଖ୍ୟ ରୂପରେ ଅଧିକ ମାତ୍ରାରେ ସପିଂ ହବ୍‌, ହୋଟେଲ ଓ ରେସ୍ତୋରାଁ ନିର୍ମାଣ ହେବାର ସମ୍ଭାବନା ରହିଛି । ଏଥିପାଇଁ ଏଠାରେ ସିଭିଲ ଇଂଜିନିୟର, ଇଲେକ୍ଟ୍ରିକାଲ ଇଂଜିନିୟର ଓ କୁଶଳ ପ୍ଲମ୍ବରଙ୍କ ସହିତ ମ୍ୟାନେଜର,ସାଇଟ୍ ସୁପରଭାଇଜର ଅଧିକ ସଂଖ୍ୟାରେ ଆବଶ୍ୟକ ପଡିବେ ।

ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ ଷ୍ଟାଫିଂ ଫାର୍ମ ସିଆଇଇଏଲ୍‌ର ଏଚଆର୍‌ଙ୍କ ଅନୁସାରେ ମୋଟ ନିଯୁକ୍ତି କ୍ଷେତ୍ରରେ ୨୨% ଚାକିରୀ ଇଂଜିନିୟରିଂ ସମ୍ବନ୍ଧିତ ରହିବ । ଏଠାରେ ମ୍ୟୁଜିୟମ, ଆର୍ଟ ଗ୍ୟାଲେରୀ, ପ୍ରଦର୍ଶନ ସ୍ଥଳ ଓ ହେରିଟେଜ୍ ସ୍ଥଳ ବି ନିର୍ମାଣ କରାଯିବାର ସମ୍ଭାବନା ରହିଛି । ଏଠାରେ ସ୍ଥପତି, ଡିଜାଇନର, ଓ ନିର୍ମାଣ ଶ୍ରମିକଙ୍କ ଲାଗି ଚାକିରୀର ନୂଆ ଅବସର ସୃଷ୍ଟି ହେବ । ଟେଲିଭିଜନ ସର୍ଭିସେସ୍ ବିପି ବାଳସୁବ୍ରମଣ୍ୟମ ଅନୁସାରେ ଭବିଷ୍ୟତରେ ବିକାଶର ମାତ୍ରା ତ୍ୱରାନ୍ୱିତ ହେବ । ଏହାଦ୍ୱାରା ବିକାଶ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୩୦,୦୦୦ରୁ ୫୦,୦୦୦ ଚାକିରୀ ସୃଷ୍ଟି ହେବ । ଏହା ବ୍ୟତିତ ଖୁଚୁରା ମାର୍କେଟରେ ବି ବୃଦ୍ଧି ପରିଲକ୍ଷିତ ହେବ । କାରଣ ବର୍ଦ୍ଧିତ ଜନସଂଖ୍ୟାର ଚାହିଦା ପୂରଣ ପାଇଁ ନୂଆ ବ୍ୟବସାୟ ଖୋଲିବ । ଏହାସହିତ ସ୍ଥାନୀୟ କଳା, ହସ୍ତତନ୍ତ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଚାକିରୀ ଅବସର ବୃଦ୍ଧି ପାଇବ ।

Get real time updates directly on you device, subscribe now.