fbpx

(Video)ପ୍ରାଣ ପ୍ରତିଷ୍ଠା ପରେ ରାମ ମନ୍ଦିର ପରିସରରେ ନିର୍ମିତ ବୃହତ ଜଟାୟୁ ମୂର୍ତ୍ତିରେ ପୁଷ୍ପ ଅର୍ପିତ କଲେ ମୋଦୀ, ଦେଖନ୍ତୁ ଭିଡିଓ

ଅଯୋଧ୍ୟା: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଛି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି । ମୁଖ୍ୟ ଯଜମାନ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶ ଲାଗି ଆଜିର ଦିନ ଏକ ଐତିହାସକ ଦିନ । ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି ଯାହା ରାମ ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି । ରାମଲଲାଙ୍କ ମୁଖମଣ୍ଡଳକୁ ଚାହିଁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଆଖିର ଲୁହ ଲୁଚାଇ ପାରି ନ ଥିଲେ । ସେ ସଙ୍ଗେ ସଙ୍ଗେ ରାମଲଲାଙ୍କ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ।

ତେବେ ପ୍ରାଣ ପ୍ରତିଷ୍ଠା ପରେ ସେ ମନ୍ଦିର ପରିସରରେ ନିର୍ମାଣ ହୋଇଥିବା ବିରାଟ ଜଟାୟୁଙ୍କ ମୂର୍ତ୍ତିରେ ମଧ୍ୟ ପୁଷ୍ପ ଅର୍ପଣ କରିଥିଲେ । ଆମେ ସମସ୍ତେ ଭଲ ଭାବରେ ଜାଣିଛୁ କି ରାମାୟଣରେ ଜଟାୟୁ ପକ୍ଷୀର ଭୂମିକା କେତେ ମହତ୍ତ୍ୱପୂର୍ଣ୍ଣ ଥିଲା । ରାବଣ ମାତା ସୀତାଙ୍କୁ ଅପହରଣ କରି ନେଉଥିବା ବେଳେ ଜଟାୟୁ ରାବଣ ସହ ଲଢି ନିଜର ପ୍ରାଣ ବଳି ଦେଇଥିଲା । କିନ୍ତୁ ଯିବା ପୂର୍ବରୁ ପ୍ରଭୁଙ୍କୁ ମାତା ସୀତାଙ୍କ ସନ୍ଦେଶ ଦେଇଯାଇଥିଲା । ପ୍ରଭୁଙ୍କ ସେବାରେ ଜଟାୟୁ ପକ୍ଷୀର ମହାନତା କାଳଜୟୀ ହୋଇ ରହିଛି । ତେଣୁ ରାମ ମନ୍ଦିର ପରିସରରେ ଜଟାୟୁ ମୂର୍ତ୍ତି ନିର୍ମାଣ କରାଯାଇ ପ୍ରଭୁଙ୍କ ପ୍ରତି ସେହି ସମର୍ପଣ ଭାବକୁ ପୁଣି ଜୀବନ୍ତ କରିଦିଆଯାଇଛି ।

Get real time updates directly on you device, subscribe now.