fbpx

ଆଜି ଉତ୍ସବର ପ୍ରକୃତ ହିରୋ ଏମାନେ… କେଉଁମାନଙ୍କ ଉପରେ ଫୁଲବର୍ଷା କଲେ ପ୍ରଧାନମନ୍ତ୍ରୀ? ଜାଣନ୍ତୁ କିଏ…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ଶେଷ ହୋଇଛି ଭବ୍ୟ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ । ରାମ ଭକ୍ତିରେ ଭିଜି ଯାଇଛି କାଶ୍ମୀରରୁ କନ୍ୟା କୁମାରୀ । ଭାରତର ପ୍ରତିଟି ଗଳିକନ୍ଦି, କୋଣ ଅନୁକୋଣରେ ଶୁଭୁଛି ‘ଜୟ ଶ୍ରୀରାମ’ ଧ୍ୱନୀ । ଆଜି ଏହି ଅବସରରେ ପୁରୁଷୋତ୍ତମଙ୍କ ଆଗମନରେ ଝଲସି ଉଠିଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟା । ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଭବ୍ୟ ରାମମନ୍ଦିରର ସୌନ୍ଦର୍ଯ୍ୟ ଏବଂ ଚାରୁ ଚିତ୍ରପଟ ଆଜି କେବଳ ଦେଶ ନୁହେଁ ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଗାଥା ଗାନ କରୁଛି ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ଯଥାରୀତି ସମ୍ପନ୍ନ ହେବା ପରେ ଅଯୋଧ୍ୟାବାସୀ ତଥା ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କିନ୍ତୁ ଏହି ମହା ସମାରୋହରେ ପ୍ରଧାନମନ୍ତ୍ରୀ ଆଜି ଉତ୍ସବର ପ୍ରକୃତ ହିରୋମାନଙ୍କୁ ଭୁଲି ଯାଇ ନାହାନ୍ତି । ପ୍ରାଣ ପ୍ରତିଷ୍ଠା ପରେ ସେ ରାମ ମନ୍ଦିରର ପ୍ରକୃତ ହିରୋମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପରେ ଫୁଲବର୍ଷା କରି ସେମାନଙ୍କୁ ସ୍ୱର୍ଦ୍ଧନା ଜଣାଇଛନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାରେ ନିୟୋଜିତ ଶ୍ରମଜୀବୀମାନଙ୍କୁ ହିଁ ମୋଦୀ ପୁଷ୍ପବର୍ଷା କରାଇ ସମ୍ମାନିତ କରିଛନ୍ତି । ଆଜିର ଏହି ଉତ୍ସବରେ ସଫଳତା ପାଇଁ ଏହି ଶ୍ରମଜୀବୀମାନେ ହିଁ ପ୍ରକୃତ ଶ୍ରେୟର ଅଧିକାରୀ । ଅକ୍ଳାନ୍ତ ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ଆଜି ଅଯୋଧ୍ୟାରେ ଗଢି ଉଠିଛି ଭବ୍ୟ ରାମ ମନ୍ଦିର । ଯାହା କାଳ କାଳକୁ ଇତିହାସର ଏକ କାହାଣୀ ହୋଇ ରହିଯିବ । ସେହି ଶ୍ରମଜୀବୀମାନଙ୍କ ଉପରେ ଫୁଲ ବର୍ଷା କରି ମୋଦୀ ସେମାନଙ୍କ ପରିଶ୍ରମ ଏବଂ ଉଦ୍ୟମକୁ ଛୋଟ ଉପହାର ଦେଇଛନ୍ତି ।

ଭବ୍ୟ ରାମ ମନ୍ଦିର ଗଢି ଉଠିବା ପଛରେ ଶହ ଶହ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଉଦ୍ୟମ । ସେଥିପାଇଁ ଆଜିର ଏହି ଉତ୍ସବରେ ସେମାନଙ୍କୁ ଛାଡ଼ି ଭୁଲିଯିବା ମୋଦୀଙ୍କ ନିୟମ ନୁହେଁ, ସେଥିପାଇଁ ଏହି ଶ୍ରମଜୀବୀମାନଙ୍କୁ ଉତ୍ସବରେ ସାମିଲ ହେବାର ସୁଯୋଗ ଦିଆଯାଲଛି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ଉପରେ ଫୁଲବର୍ଷା କରି ସେମାନଙ୍କୁ ସମ୍ମାନିତ କରିଛନ୍ତି ।

Get real time updates directly on you device, subscribe now.