fbpx

ଏହି ଲକ୍ଷଣକୁ ମହିଳାମାନେ କରନ୍ତୁ ନାହିଁ ଅଣଦେଖା: ନଚେତ ହାର୍ଟ, କିଡନୀ, ଲିଭର, ବ୍ଲଡ୍ ବା ଫର୍ଟିଲିଟିର ବଢ଼ିଯିବ ସମସ୍ୟା

କହିବାକୁ ଗଲେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ହେଉଛି ସେମାନଙ୍କ ପ୍ରକୃତ ଟଙ୍କା, ହେଲେ ପ୍ରାୟତଃ ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତି । ଏହାର କାରଣ ହେଉଛି, ସମୟର ଅଭାବ, କାର୍ଯ୍ୟ କିମ୍ବା ଘର ସହିତ ଜଡ଼ିତ କିଛି ଚାପ ଏବଂ ସଚେତନତାର ଅଭାବ । କିନ୍ତୁ ଏହି ଛୋଟ ଛୋଟ ଅଣଦେଖା ପାଇଁ ଅନେକ ବଡ଼ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତେବେ କେଉଁ କଥାକୁ ଆପଣ ଧ୍ୟାନ ଦେବେ ଜାଣନ୍ତୁ ଏହି ଆର୍ଟିକିଲରେ ।

-ଶରୀରରୁ ଦ୍ରୁତ ଗତିରେ ଓଜନ ହ୍ରାସ ହେଉଛି ଅନ୍ୟତମ କାରଣ । ମିଫାଇନ ଅନୁଯାୟୀ, ଶରୀରରୁ ହଠାତ୍ ଓଜନ ହ୍ରାସ ହୋଇଥାଏ । ଏହା ଯକ୍ଷ୍ମା, କର୍କଟ କିମ୍ବା ଥାଇରଏଡ୍ ଭଳି ରୋଗର ସଙ୍କେତ ଦେଇଥାଏ । କେବଳ ଏତିକି ନୁହେଁ ଯଦି ଶରୀରରେ ହଠାତ୍ ଓଜନ ବଢୁଛି ତେବେ ଏହାର କାରଣ ହେଉଛି ପିସିଓଡି କିମ୍ବା ଥାଇରଏଡ୍ ଭଳି ସମସ୍ୟା ।

– ଯଦି ଆପଣ ୮ଘଣ୍ଟାରୁ ଅଧିକ ଶୋଇବା ପରେ ମଧ୍ୟ ଥକାପଣ ଅନୁଭବ କରୁଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ କାରଣ ଏହା ହାର୍ଟ, କିଡନୀ, ଲିଭର, ବ୍ଲଡ୍ ବା ଫର୍ଟିଲିଟିର ସମସ୍ୟାର ସଂଙ୍କେତ ହୋଇପାରେ ।

– ଥକାପଣ କାରଣରୁ ମୁଣ୍ଡ ବୁଲାଇବା ବା ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେବା ସମସ୍ୟା ଅଧିକାଂଶ ସମୟରେ ଯଦି ଦେଖାଦେଉଛି ତେବେ ଏହା କିଛି ଭିଟାମିନ ଅଭାବ ପାଇଁ ହେଉଛି । ଏହାଛଡ଼ା ଏହି ମୁଣ୍ଡବୁଲାଇବା ହାର୍ଟ ସମସ୍ୟାର କିଛି କାରଣ ହୋଇପାରେ ।

-ଦିନକୁ କେଶ ୫୦ରୁ ୧୫୦ ଝଡିବା ଏକ ସାଧାରଣ ଘଟଣା । ଯଦି ଏହା ଠାରୁ ଅଧିକ ଝଡୁଛି ତେବେ ଶରୀରର ଅଟୋ ଇମ୍ୟୁନ ସିଷ୍ଟମ ଡିସଅର୍ଡର କିମ୍ବା ଥାଇରଏଡ୍ ଲକ୍ଷଣ ହୋଇପାରେ ।

-ପିରିୟଡ୍ ପୂର୍ବରୁ ଗ୍ୟାସ ହେବା ଏକ ସାଧାରଣ ସମସ୍ୟା । ହେଲେ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଯଦି ରହୁଛି ଏବଂ ଗ୍ୟାସ ରହି କଷ୍ଟ ଅନୁଭବ ହୋଇ ଅଧିକ ବ୍ଲିଡିଂ ହେଉଛି ତେବେ ଏହା ଏଣ୍ଡୋମିଟ୍ରିଓସିସ୍ର ଲକ୍ଷଣ ହୋଇପାରେ । ଫଛରେ ଏହା ଓଭାରିନ କ୍ୟାନ୍ସରର କାରଣ ହୋଇପାରେ ।

-ବାରମ୍ବାର ପିରିୟଡ ଟାଇମ ବଦଳିବା ପ୍ରାୟତଃ ଦେଖାଦେଇଥାଏ । ହେଲେ ବେଳେବେଳେ ଏହି ଲକ୍ଷଣ ଗୁଡ଼ିକ ଗର୍ଭାଶୟ ଫାଇବ୍ରଏଡ୍, ପଲିସିଷ୍ଟିକ ଓଭାରିନ ସିଣ୍ଡ୍ରୋମ, ଥାଇରଏଡ୍ ସମସ୍ୟା ହେତୁ ହୋଇପାରେ ।

Get real time updates directly on you device, subscribe now.