fbpx

କୋଲକତା ଦୁଷ୍କର୍ମ-ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା, ସୁପ୍ରିମକୋର୍ଟରେ ପହଞ୍ଚିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ମାମଲାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ କୋର୍ଟରେ ଏକ ନୂଆ ପିଟିସନ ଦାଖଲ କରିଛନ୍ତି। କେନ୍ଦ୍ର ସରକାର ସିଏସଆଇଏଫକୁ ହସ୍ପିଟାଲର ସୁରକ୍ଷାରେ ସହଯୋଗ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଦାବି କରିଥିଲେ, ନଚେତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବହେଳା କରୁଥିବା ଅଧିକାରୀମାନଙ୍କ ବିରୋଧରେ ଅବହେଳାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାବି କରିଛନ୍ତି।

ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ମାମଲାକୁ ନେଇ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ପିଟିସନରେ କେନ୍ଦ୍ର ସରକାର ମମତା ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ, ସିଏସଆଇଏଫ ଯବାନଙ୍କୁ ହସ୍ପିଟାଲର ସୁରକ୍ଷାରେ ନିୟୋଜିତ କରାଯାଇଛି, ହେଲେ ସେମାନଙ୍କୁ ରହିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ସ୍ଥାନ ମିଳୁନାହିଁ। ଖାସକରି ମହିଳା ଯବାନଙ୍କୁ। ଏହାର କାରଣ ସୁରକ୍ଷାରେ ନିୟୋଜିତ ଯବାନଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବାରେ ଅସୁବିଧା ହେଉଛି।

Get real time updates directly on you device, subscribe now.