fbpx

ୱାକଫ ବୋର୍ଡର ୧୨୩ ସମ୍ପତ୍ତି ଫେରାଇ ନେଲେ ମୋଦୀ ସରକାର: ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର ଦେଇଥିଲେ, ନିଷ୍ପତିକୁ ବୋର୍ଡର ବିରୋଧ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରଳାୟ ଦିଲ୍ଲୀ ୱାକଫ ବୋର୍ଡର ୧୨୩ ସମ୍ପତ୍ତି ନିଜ କବଜାରେ ନେବାକୁ ନିଷ୍ପତି ନେଇଛି। ଏହି ସମ୍ପତ୍ତି ଗୁଡ଼ିକରେ ମସଜିଦ, ଦରଘା ଏବଂ ସମାଧିସ୍ଥଳ ରହିଛି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ୱାକଫ ବୋର୍ଡ ଅଧ୍ୟକ୍ଷ ଏବଂ ଆମ ଆଦାମୀ ପାର୍ଟି ବିଧାୟକ ବିରୋଧ କରିଛନ୍ତି। ଏହି ସମ୍ପତ୍ତି ଗୁଡ଼ିକ ୨୦୧୪ ଲୋକସଭା ନିର୍ବାଚନ ପୁର୍ବରୁ ଉପା ସରକାର ଏହାକୁ ଦିଲ୍ଲୀ ୱାକଫ ବୋର୍ଡକୁ ଦେଇଥିଲେ। ଏହାପରେ ବିଶ୍ୱ ହିନ୍ଦୁ ପରିଷଦ ଏହି ପ୍ରମୁଖ ସମ୍ପତ୍ତି ଗୁଡ଼ିକ ବିଷୟରେ ଚିନ୍ତା ଜାହିର କରି କୋର୍ଟ ଦ୍ୱାରସ୍ତ ହୋଇଥିଲା।

ଏହାପରେ ଅବସରପ୍ରାପ୍ତ ବିଚାରପତିଙ୍କ ଏହି ନିଷ୍ପତି ଉପରେ ବିଚାର କରିବା ପାଇଁ ଦୁଇଟି କମିଟି ଗଠନ ହୋଇଥିଲା। ତେବେ ୨ ସଦସ୍ୟ ବିଶିଷ୍ଟ କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ ଦିଲ୍ଲୀ ୱାକଫ ବୋର୍ଡକୁ ଏହାର ମାମଲା ଉପସ୍ଥାପନ କରିବାର ସୁଯୋଗ ଦିଆଯାଇଛି କିନ୍ତୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାହା କରିନାହାଁନ୍ତି । ଫଳସ୍ୱରୂପ, ୧୨୩ ସମ୍ପତ୍ତି ସମ୍ବନ୍ଧୀୟ ବୋର୍ଡ ସମସ୍ତ ବିଷୟରୁ ବଞ୍ଚିତ ହୋଇଛି । ଏହା ସହିତ ଏହି ସମସ୍ତ ସମ୍ପତ୍ତିର ଯାଞ୍ଚ କରିବା ।ପଇଁ ମଧ୍ୟ କମିଟି ନିର୍ଦେଶ ଦେଇଛନ୍ତି ।

ତେବେ କମିଟିର ଏହି ନିଷ୍ପତି ପରେ ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନ ଟୁଇଟ୍ କରି କହିଛନ୍ତି, ଆମେ ୧୨୩ ୱାକଫ୍ ସମ୍ପତ୍ତି ଉପରେ କୋର୍ଟରେ ସ୍ୱର ଉତ୍ତୋଳନ କରିସାରିଛୁ, ଯାହା ହାଇକୋର୍ଟରେ ବିଚାରାଧୀନ ଅଛି । ଏହା ସହିତ ବୋର୍ଡ କହିଛି ଯେ, କୌଣସି ପ୍ରକାରେ ଏହି ୧୨୩ ସମ୍ପତ୍ତି ଉପରେ ଦଖଲ କରିବାକୁ ଦେବୁ ନାହିଁ । ଏବଂ କେନ୍ଦ୍ର ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରଳାୟକୁ ଏକ ଚିଠି ଲେଖି ଦିଲ୍ଲୀ ୱାକଫ ବୋର୍ଡ ୨ ସଦସ୍ୟ ବିଶିଷ୍ଟ କମିଟି ଗଠନକୁ ଚ୍ୟାଲେଞ୍ଜ କରିଛି ।

Get real time updates directly on you device, subscribe now.