fbpx

ପ୍ରତି ମାସରେ ୩୦୦୦ ଟଙ୍କା ପେନସନ୍ ଦେବେ ମୋଦୀ ସରକାର: ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ୍

Advertisement

ନୂଆଦିଲ୍ଲୀ: ଦେଶର ଅସଂଗଠିତ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାକୁ ଉପହାର ସ୍ୱରୂପ ଦିଆଯାଇଛି । ଏହି ଯୋଜନା ଅଧୀନରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୬୦ ବର୍ଷରୁ ଅଧିକ ଲୋକ ପେନସନ ସୁବିଧା ପାଇବେ । ସେମାନଙ୍କର ଆର୍ôଥକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପେନସନର ବ୍ୟବସ୍ଥା ଲାଗୁ ହୋଇଛି । ଏହି ଯୋଜନା ଅଧୀନରେ ମାସକୁ ଅତି କମରେ ତିନି ହଜାର ଟଙ୍କା ଦିଆଯିବ । ଯଦି ସେହି ବ୍ୟକ୍ତି ପେନସନ୍ ସମୟରେ ମରିଯାଏ, ତେବେ ଏପରି ପରିସ୍ଥିତିରେ ହିତାଧିକାରୀଙ୍କ ପତ୍ନୀ କିମ୍ବା ସ୍ୱାମୀଙ୍କୁ ପେନସନର ୫୦ ପ୍ରତିଶତ ମିଳିବ ।

ଏହି ଯୋଜନାର ଲାଭ ସେହି ଲୋକଙ୍କୁ ଦିଆଯିବ, ଯେଉଁମାନେ ମାସକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଆହୁରି ମଧ୍ୟ ଏହି ଯୋଜନାରେ ଯୋଗ ଦେଉଥିବା ବ୍ୟକ୍ତିଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍ । ଏହି ଯୋଜନା ଅନୁଯାୟୀ ଆପଣ ପେନସନ୍ ଯୋଜନାରେ ଯାହା ବି ଜମା କରିବେ, ସରକାର ମଧ୍ୟ ସମାନ ପରିମାଣର ଜମା କରିବେ । ଏଥିରେ ୫୫ ରୁ ୨୦୦ ଟଙ୍କା ଜମା କରାଯାଇପାରିବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ନିଜର ପଞ୍ଜିକରଣ କରିବା ବାଧ୍ୟତାମୂଳକ ।

ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଆବଶ୍ୟକ :-
ଏହି ଯୋଜନାର ଲାଭ ପାଇଥିବା ବ୍ୟକ୍ତିଙ୍କ ପାଇଁ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ରହିବା ବାଧ୍ୟତାମୂଳକ, ଏହାପରେ ସେ ଏହାର ଲାଭ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ନିକଟତମ ସିଏସି ସହିତ ଯୋଗାଯୋଗ କରିବାକୁ ପଡିବ, ଯେଉଁଠାରେ ଉକ୍ତ ଯୋଜନାର ପଞ୍ଜୀକରଣ କରାଯାଇଥାଏ । ପଞ୍ଜୀକରଣ ସମୟରେ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ୍ର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ପଡିବ । ଏହା ପରେ ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟ ରେକର୍ଡ ହେବ । ଏହା ସହିତ ସେଠାରେ ଏକ କାର୍ଡ ମଧ୍ୟ ଉପଲବ୍ଧ ହେବ । ଏଥିରେ ଶ୍ରମ ଯୋଗୀ ପେନସନ୍ କାର୍ଡ ନମ୍ବର ଦିଆଯିବ । ଭବିଷ୍ୟତରେ ଆପଣ କେବଳ ଏହି ନମ୍ବର ମାଧ୍ୟମରେ ଆପଣଙ୍କ ଆକାଉଣ୍ଟ ବିଷୟରେ ସୂଚନା ଜାଣିପାରିବେ ।

Get real time updates directly on you device, subscribe now.