fbpx

ବଡ଼ ଘୋଷଣା କଲେ ମୋଦୀ: ଲଦ୍ଦାଖ ସହ ସାମିଲ ହେଲା ୫ଟି ନୂଆ ଜିଲ୍ଲା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ଚଳିତବର୍ଷ ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ସାରା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ଭିତରେ କେନ୍ଦ୍ରଶାସିତ ଅଞ୍ଚଳ ଲଦ୍ଦାଖକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଦ୍ଦାଖରେ ଆଉ ୫ଟି ନୂଆ ଜିଲ୍ଲା ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ସାରା ଭାରତରେ ଆଜି ଜନ୍ମାଷ୍ଟମୀ ପାଳନ ହେଉଥିବା ବେଳେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଲଦ୍ଦାଖକୁ ୫ଟି ନୂଆ ଜିଲ୍ଲା ଭେଟି ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଲଦ୍ଦାଖରେ ମାତ୍ର ୨ଟି ଜିଲ୍ଲା(ଲେହ ଏବଂ କାର୍ଗିଲ) ରହିଥିଲା । କିନ୍ତୁ ଗୃହ ମନ୍ତ୍ରାଳୟର ବଡ଼ ଘୋଷଣା ପରେ ଲଦ୍ଦାଖରେ ଏବେ ଆଉ ୫ଟି ନୂଆ ଜିଲ୍ଲା ସାମିଲ ହୋଇଛି । ନୂଆ କରି ସାମିଲ ହୋଇଥିବା ୫ଟି ଜିଲ୍ଲା ହେଉଛି: ଜାଂସ୍କାର, ଦ୍ରାସ, ଶାମ୍, ନୁବ୍ରା ଏବଂ ଚାଙ୍ଗଥାଙ୍ଗ । ଜାଂସ୍କାର ଏବଂ ଦ୍ରାସ କାର୍ଗିଲ ରିଜନରେ ରହିଥିବା ବେଳେ ଶାମ୍, ନୁବ୍ରା ଏବଂ ଚାଙ୍ଗଥାଙ୍ଗ ଲେହ ରିଜନରେ ରହିଛନ୍ତି ।

ଲଦ୍ଦାଖ ରିଜନରେ ଅତିରିକ୍ତ ଜିଲ୍ଲା ସାମିଲ କରିବା ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା । ଲେହ, ଲଦ୍ଦାଖ ଏବଂ କାର୍ଗିଲ ଡିଭିଜନ୍ ର ସାମାଜିକ ଏବଂ ରାଜନୈତିକ ସଂଗଠନ ବାରମ୍ବାର ନୂଆ ଜିଲ୍ଲା ପାଇଁ ଦାବି କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର ଗୃହ ମନ୍ତ୍ରାଳୟ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଲଦ୍ଦାଖରେ ଜିଲ୍ଲା ସଂଖ୍ୟାରେ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.