fbpx
BJD SKY
BJD SKY

PoK ଫେରାଇ ଆଣିବେ ନରେନ୍ଦ୍ର ମୋଦି: ହରିୟାଣା କ୍ୟାବିନେଟ ମନ୍ତ୍ରୀଙ୍କ ଦାବି

BJD

ରୋହତକ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏକ ନୂଆ ମାମଲାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି ହରିୟାଣାର କ୍ୟାବିନେଟ ମନ୍ତ୍ରୀ କମଲ ଗୁପ୍ତା । ସେ କହିଛନ୍ତି ଯେ, ଆସନ୍ତା ୨-୩ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ କାରନାମା କରିପାରନ୍ତି । ଭାରତର ଅଧିକାରକୁ ଫେରାଇ ଆଣିପାରନ୍ତି ମୋଦି । ଶତ୍ରୁକୁ ଚକମା ଦେଇ ପାକିସ୍ତାନ ଅଧିକୃତ କାଶ୍ମୀରକୁ ପୁଣି ଥରେ ଭାରତ ସହ ଯୋଡି ଦେଇପାରନ୍ତି ବୋଲି କହିଛନ୍ତି କମଲ ଗୁପ୍ତା ।

ରୋହତକରେ କ୍ୟାବିନେଟ ମନ୍ତ୍ରୀଙ୍କ ପାଇଁ ରବିବାର ଆୟୋଜନ ହୋଇଥିଲା ଅଭିନନ୍ଦନ ସମାରୋହ । ଏହି କାର୍ଯ୍ୟକ୍ରମରେ ହରିୟାଣା ସରକାରଙ୍କ ଦ୍ୱାରା ବ୍ୟବସାୟୀଙ୍କ ପାଇଁ ହୋଇଥିବା ଯୋଜନାଗୁଡିକୁ ସେ ବ୍ୟାଖ୍ୟା କରିଥିଲେ । ତେବେ ଏହାମଧ୍ୟରେ ସେ ଆଉ ଏକ ପ୍ରସଙ୍ଗ ଉପରେ କହିଥିଲେ, ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି ଯେ, ୨୦୧୪ ପୂର୍ବରୁ ଆମେ ସଶକ୍ତ ନଥିଲେ । କିନ୍ତୁ ଏବେ ଆମେମାନେ ସଶକ୍ତ ଅଛୁ । ପାକିସ୍ତାନ କବଜା କରିଥିବା ଭାରତର ଅଞ୍ଚଳ, ଯାହାକୁ ପାକିସ୍ତାନ ଅଧିକୃତ କାଶ୍ମୀର ବୋଲି କୁହାଯାଉଛି, ତାହା ଖୁବଶୀଘ୍ର ଭାରତ ସହ ମିଶିବାକୁ ଯାଉଛି । ତେବେ ଏହି କାମ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨-୩ ବର୍ଷ ମଧ୍ୟରେ ସେ ପିଓକେକୁ ପୁଣିଥରେ ଭାରତ ସହ ସାମିଲ କରିପାରନ୍ତି ।

ଏହାସହିତ ମନ୍ତ୍ରୀ କମଲ ଗୁପ୍ତା ଦାବି କରିଛନ୍ତି ଯେ, କିଛି ‘ଜୟଚାନ୍ଦ’ଙ୍କ ପାଇଁ ଯେପରି ପୃଥ୍ବୀରାଜ ହାରି ଯାଇଥିଲେ । ଆଜି ମଧ୍ୟ ସେହିଭଳି କିଛି ‘ଜୟଚାନ୍ଦ’ ଭାରତରେ ରହିଛନ୍ତି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ କଟାକ୍ଷ କରିଛନ୍ତି କମଲ ଗୁପ୍ତା । ଆଜି ଏମାନେ ଦେଶ ଯୋଡିବା ପଶଇର୍ ଚିନ୍ତା କରୁଛନ୍ତି, କିନ୍ତୁ ଦେଶ ଭାଙ୍ଗିଥିବା ଲୋକ ଏହିମାନେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.