fbpx

Toilet ରେ ଲାଗିଛି CCTV: ଲିକ ହେଲା ଏହି କମ୍ପାନୀର କର୍ମଚାରୀଙ୍କ ଫଟୋ, ଭିଡିଓ

ନୂଆଦିଲ୍ଲୀ: ଗତ କିଛି ଦିନରୁ ଅନେକ ଲୋକଙ୍କ ପ୍ରାଇଭେଟ ଫଟୋ ଭାଇରାଲ ହେଉଥିବା ଅଭିଯୋଗ ହୋଇ ଆସୁଛି । ତେବେ ଆଜି ଏହି ଘଟଣାର ପର୍ଦ୍ଦାଫାଶ ହୋଇପାରେ । ଠିକ ସେହିପରି ବ୍ରାଜିଲରୁ ଏବଂ ଆମେରିକାର ଏକ ସ୍କୁଲରେ ମଧ୍ୟ ସମାନ ମାମଲା ଦେଖିବାକୁ ମିଳିଛି । ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିବା ବେଳେ ଚୀନର ଏକ କମ୍ପାନୀ ବିଷୟରେ ଭୟଙ୍କର ସତ୍ୟତା ସାମନାକୁ ଆସିଛି । କମ୍ପାନୀର ମାଲିକ ସେଠାକାର ଟଏଲେଟରେ ସିସିଟିଭି ଲଗାଇ ଦେଇଥିବା ଜଣାଯାଇଥିଲା । ତେବେ ଏହା ଜାଣିବା ପରେ ସେଠାରେ ମାମଲା ସରଗରମ ହୋଇଛି ।

ସୁଚନା ଅନୁସାରେ, ଚୀନର ଏକ କମ୍ପାନୀ ନିଜ କର୍ମଚାରୀଙ୍କ ଉପରେ ନଜର ରଖିବା ପାଇଁ ଟଏଲେଟରେ ସିସିଟିଭି କ୍ୟାମେରା ଲଗାଇ ଦେଇଥିଲା । ତେବେ କମ୍ପାନୀର ମାଲିକଙ୍କ ନିର୍ଦ୍ଦେଶରେ ଏମିତି ହୋଇଥିବା ଜାଣିବାକୁ ମିଳିଛି । ଏହି ଘଟଣା ପୁରୁଣା ହୋଇଥିଲେ ବି ଏବେ ଏହା ଖୁବ ଚର୍ଚ୍ଚାକୁ ଆସିଛି । ତେବେ ମାଲିକ ଏମିତି କରିବାର କାରଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ ରହିଥିଲା । ସେ ଦେଖିବାକୁ ଚାହୁଁଥିଲେ ଯେ, କର୍ମଚାରୀ ଟଏଲେଟକୁ ଯାଇ କମ୍ପାନୀର ନିୟମ ଉଲ୍ଲଙ୍ଘନ କରୁଛନ୍ତି କି ? ସେ ସମ୍ପର୍କରେ ସ୍ପଷ୍ଟ କରିବା ପାଇଁ ଚାହୁଁଥିଲେ । ତେଣୁ ଟଏଲେଟରେ ସେ ସିସିଟିଭି ଲଗାଇଥିଲେ ବୋଲି କୁହାଯାଉଛି ।

କିନ୍ତୁ କମ୍ପାନୀର ଆଡମିନ ବିଭାଗର ମାଧ୍ୟମରେ ହିଁ ମାଲିକଙ୍କ ଏହି କାରନାମା ପଦାରେ ପଡିଛି କମ୍ପାନୀ ତରଫରୁ ୩ ଜଣ କର୍ମଚାରୀଙ୍କୁ ଟଏଲେଟରେ ସିଗାରେଟ ଟାଣିବା ନେଇ ଚେତାବନୀ ଦିଆଯାଇଛି । ତେବେ ଏହାର ଫୁଟେଜ ଦେଖିବା ପରେ ସେମାନେ ଲଜ୍ଜିତ ହୋଇଛନ୍ତି । ଏହା ବ୍ୟତୀତ ଟଏଲେଟର କିଛି ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଏହାପରେ କର୍ମଚାରୀ କମ୍ପାନୀ ଉପରେ ଖୁବ ରାଗିଯିବା ସହ ଟଏଲେଟରୁ କ୍ୟାମେରା ହଟାଇବା ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.