Video: ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ, ‘ଶେର୍ ଆୟା-ଶେର୍ ଆୟା’ ଧ୍ୱନୀରେ କମ୍ପିଲା ପରିବେଶ

ଶିମଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କର ଜୋରଦାର ସ୍ୱାଗତ ହୋଇଥିଲା। ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ମାତ୍ରେ ‘ଦେଖୋ ଦେଖୋ କିଏ ଆସିଲା, ଶେର୍ ଆୟା-ଶେର୍ ଆୟା’ ନାରା ଦେଇଥିଲେ। ଏହି ସମୟରେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ଦେଖିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ଜଣା ପଡୁଥିଲା।

ସୋସିଆଲ ମିଡିଆରେ ଏହି ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଟୁଇଟ୍ କରିଥିବା ଏହି ଭିଡିଓରେ ଲୋକେ ମୋଦୀ ମୋଦୀ ନାରା ଦେଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ଜନତାଙ୍କ ପାଖକୁ ଆସି ସେମାନଙ୍କ ସହିତ ମିଶିଥିଲେ, ଲୋକେ ‘ଜୟ ଶ୍ରୀରାମ୍’, ‘ଜୟ ଶ୍ରୀରାମ୍’ ନାରା ମଧ୍ୟ ଲଗାଇଥିଲେ। ଏହି ସମୟରେ ଅନେକ ଲୋକ ‘ଦେଖୋ ଦେଖୋ କିଏ ଆସିଲା, ଶେର୍ ଆୟା-ଶେର୍ ଆୟା’ ନାରା ମଧ୍ୟ ଲଗାଇଥିଲେ।

ଏହି ଗସ୍ତରେ ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ୍ ଦେଶ ଉଦେଶ୍ୟରେ ନୀଳ ପତାକା ଦେଖାଇ ଆରମ୍ଭ କରିଥିଲେ। ଏହି ଟ୍ରେନ୍ ହିମାଚଳ ପ୍ରଦେଶର ଅମ୍ବ ଅନ୍ଦୋରା ଷ୍ଟେସନରୁ ନୂଆଦିଲ୍ଲୀ ଷ୍ଟେସନ୍ ମଧ୍ୟରେ ଚାଲିବ। ଏହି ଅବସରରେ ରେଳବାଈ ଅଧିକାରୀ ମାନେ କହିଛନ୍ତି ଯେ, ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଅଧିକ ଉନ୍ନତ ଏବଂ ହାଲୁକା ତଥା କମ୍ ସମୟ ମଧ୍ୟରେ ଖୁବ କମ ସମୟରେ ସର୍ବାଧିକ ଗତିରେ ଚାଲିବାରେ ସକ୍ଷମ ଅଟେ। ଏହି ଟ୍ରେନ୍ ବୁଧବାର ଛାଡ଼ି ସପ୍ତାହରେ ୬ ଦିନ ଚାଲିବ। ଅମ୍ବ ଅନ୍ଦୋରା ଷ୍ଟେସନରୁ ନୂଆଦିଲ୍ଲୀ ମଧ୍ୟରେ ଏହା ଅମ୍ବାଲା, ଚଣ୍ଡିଗଡ଼, ଆନନ୍ଦପୁର ସାହିବ ତଥା ଉନାରେ ରହିବ।

ବନ୍ଦେ ଭାରତ ଟ୍ରେନ୍ କୁ ପତକା ଦେଖାଇବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରରେ ଥିବା ବିଜେପି ଶାସିତ ସରକାର ଲୋକମାନଙ୍କ ଆବଶ୍ୟକତାକୁ ପୁରଣ କରୁଛନ୍ତି। ଯାହାକୁ ବୁଝିବାରେ କେନ୍ଦ୍ର ତଥା ରାଜ୍ୟରେ ଥିବା ପୁର୍ବ ସରକାର ବିଫଳ ହୋଇଥିଲ। ସେ ଏହା ମଧ୍ୟ କହିଛନ୍ତି ଯେ, ଡବଲ୍-ଇଞ୍ଜିନ ସରକାର ହିମାଚଳ ପ୍ରଦେଶର ଉନାରେ ଥିବା ବଲ୍କ ଡ୍ରଗ୍ ପାର୍କରେ ୨,୦୦୦ କୋଟି ଟଙ୍କା ବିନିଯୋଗ କରିବେ। ଏହି କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ହମିରପୁର ସାଂସଦ ଅନୁରାଗ ଠାକୁର ଉପସ୍ଥିତ ଥିଲେ।

ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଟି) ଉନାକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ ଏବଂ ଉନାରେ ବଲ୍କ ଡ୍ରଗ୍ ପାର୍କର ମୂଳଦୁଆ ପକାଇଲେ।