fbpx

ମଇ ୧୬ରେ ନେପାଳ ଗସ୍ତରେ ଯିବେ ମୋଦି, ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବାର ରହିଛି କାର୍ଯ୍ୟକ୍ରମ

Advertisement

ନୂଆଦିଲ୍ଲୀ : ମଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଘଣ୍ଟା ପାଇଁ ନେପାଳ ଯାଇପାରନ୍ତି । ସେଠାରେ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବେ । ମୋଦୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ମାୟା ଦେବୀ ମନ୍ଦିର ପରିଦର୍ଶନ କରାଇବେ । ମୋଦି ତାଙ୍କର ପ୍ରଥମ କାର୍ଯ୍ୟକାଳରେ ୪ଥର ନେପାଳ ଯାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେପାଳ ଗସ୍ତ ପାଇଁ ନେପାଳରେ ପ୍ରସ୍ତୁତି କାର୍ଯ୍ୟ ଏବେ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ଯେ ମୋଦି ଦିଲ୍ଲୀରୁ କୁଶୀନଗର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପହଞ୍ଚିବେ ଓ ସେଠାରୁ ହେଲିକପ୍ଟର ଯୋଗେ ଲୁମ୍ବିନୀ ଯିବେ ।

Get real time updates directly on you device, subscribe now.