fbpx
BJD
BJD SKY
BJD SKY

‘ମୋଦୀ ଯୁଗ’ର ଆରମ୍ଭ ବିରୋଧରୀଙ୍କ ମୁଣ୍ଡବ୍ୟଥାର କାରଣ, ଜାଣନ୍ତୁ କିଛି ଖାସ୍‌ କଥା

BJD

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ପରେ ଦଳୀୟ ନେତା ଓ ମନ୍ତ୍ରୀଙ୍କ ଖୁସି କହିଲେ ନ ସରେ । ବିରୋଧେୀ ଦଳର ସଦସ୍ୟମାନଙ୍କ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବିଜେପିର ଜବରଦସ୍ତ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ‘ମୋଦୀ ଯୁଗ’ ପଛରେ କ’ଣ ରହିଛି କାରଣ ? ଆସନ୍ତୁ ଜାଣିବା କିଛି ଖାସ କଥା :

-ବିଜେପି ପାଖରେ ସବୁଠାରୁ ଲୋକପ୍ରୀୟ ଏବଂ ବିଶ୍ୱସନୀୟ ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି । ପ୍ରତ୍ୟେକ ନିର୍ବାଚନ ଅଭିଯାନ ପାଇଁ ସେ ନେତୃତ୍ୱ କରିଥାନ୍ତି ଏବଂ ଦଳୀୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି ।

– ଏକ ଦୃଢ଼ ଆଦର୍ଶର ଭିତ୍ତିଭୂମୀ ବିଜେପିକୁ ନିର୍ବାଚନ ଲଢ଼ିବାରେ ସମର୍ଥନ ଦେଇଛି । ଦଳ ସବୁବେଳେ ଏହି ଗୁରୁମନ୍ତ୍ରର ବିଶ୍ୱାସ କରି ଆଗେଇ ଚାଲିଛି ଏବଂ ସଫଳ ବି ହୋଇଛି ।

– ଭାରତର ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନଥିବାରୁ ବିଜେପି ସରକାର ଦ୍ୱାରା ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକ୍ଷମ କରାଯାଇଥିବାର ଉଦାହରଣ ଦେଖିବାକୁ ମିଳିଛି ଯେପରି ଉଜ୍ଜ୍ୱଳା ଯୋଜନା, ଜନ ଧନ ଯୋଜନା, ଅଟଳ ପେନସନ୍ ଯୋଜନା, ମାଗଣା ରାଶନ୍ ଯୋଜନା ଇତ୍ୟାଦି ।

– ରାଜନୀତି କେବେ ବି ସ୍ଥିର ନଥାଏ । ଦୃଢ଼ ମୂଳଦୁଆ ଏବଂ ତୃଣମୂଳ ସହ ଜଡ଼ିତ ରହିବା ଦ୍ୱାରା ବିଜେପିକୁ ଲଗାତାର ସଫଳତା ମିଳି ଆସିଛି । ଏହାର ସବୁଠାରୁ ବଡ଼ ଉଦାହରଣ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦେଖେିବାକୁ ମିଳିଛି । ଉଭୟ ରାଜ୍ୟର ଆବଶ୍ୟକତା ସମୟରେ ବିଜେପି କେନ୍ଦ୍ରୀୟ ମନ୍ତ୍ରୀ ଓ ସାଂସଦମାନଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇ ଥିଲେ ।

– ଯେକୌଣସି ରାଜନୀତି ଦଳ ତୃଣମୂଳ ସ୍ତରରେ ଯେତିକି ମଜବୁତ ଥାଏ ତା’ର ନିର୍ବାଚନୀ ରଣନୀତି ସେତିକି ମଜବୁତ । ବିଜେପି ବିଚାରଧାରାକୁ ବାସ୍ତବିକତାରେ ପରିବର୍ତ୍ତନ କରିବାରେ ସବୁବେଳେ ଆଗରେ । ଭୋଟଦାତାଙ୍କ ବିଶ୍ୱାସ ଜିତିବା ଓ ପ୍ରତିଶୃତି ପୁର୍ଣ୍ଣ କରିବାର କ୍ଷମତା ବିଜେପି ପାଖରେ ଅଛି ।

Get real time updates directly on you device, subscribe now.