fbpx

ଆହତ ଯୋଗୁଁ ମହମ୍ମଦ ଶାମୀଙ୍କ ସର୍ଜରୀ: ସୋସିଆଲ ମିଡିଆରେ ଲେଖିଲେ Emotional ପୋଷ୍ଟ

ନୂଆଦିଲ୍ଲୀ: ଦୀର୍ଘ ଦିନର ଯନ୍ତ୍ରଣା ପରେ ନିଜ ସର୍ଜରୀ କରାଇଛନ୍ତି ଟିମ ଇଣ୍ଡିଆର ସିନିୟର ବୋଲର ମହମ୍ମଦ ଶାମୀ । ଦିନିକିଆ ବିଶ୍ୱକପ ସମୟରେ ସେ ଆହତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଛନ୍ତି । ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ସମୟରେ ଶାମୀଙ୍କ ଗୋଇଠିରେ ଆଘାତ ଲାଗିଥିଲା । ତେବେ ବର୍ତ୍ତମାନ ମହମ୍ମଦ ଶାମୀଙ୍କ ଗୋଇଠି ସର୍ଜରୀ ସଫଳ ହୋଇଥିବା ଜାଣିବାକୁ ମିଳିଛି । ଏହାପରେ ସୋସିଆଲ ମିଡିଆରେ ଇମୋସନାଲ ମେସେଜ ଲେଖି ଏକ ପୋଷ୍ଟ କରିଛନ୍ତି । ଏହାସହିତ ମେଡିକାଲରୁ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରାଯାଇଛି ।

ଦିନିକିଆ ବିଶ୍ୱକପ ପରଠାରୁ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଥିବା ଶାମୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫ୍ୟାନ୍ସମାନଙ୍କ ପାଇଁ ଏକ ଇମୋସନାଲ ପୋଷ୍ଟ କରିଛନ୍ତି । ଶାମୀ ଲେଖିଛନ୍ତି ଯେ, ମୁଁ ନିଜ ଗୋଡ଼ରେ ପୁଣିଥରେ ଠିଆ ହେବ ପାଇଁ ଖୁବ ଉତ୍ସୁକ ରହିଛି । ଏହି ପୋଷ୍ଟରେ ସେ ମେଡିକାଲରୁ ମୋଟ ୪ଟି ଫଟୋ ପୋଷ୍ଟ କରିଛନ୍ତି । ମେଡିକାଲ ବେଡରେ ତାଙ୍କୁ ଚିକିତ୍ସିତ ଅବସ୍ଥାରେ ଦେଖିବାକୁ ମିଳିଛି ।

ଏହି ସର୍ଜରୀ ଯୋଗୁଁ ଶାମୀ ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଛନ୍ତି । ତେବେ ଶାମୀଙ୍କ ଅନୁପସ୍ଥିତି ଗୁଜୁରାଟ ଟାଇଟନ୍ସକୁ ଏକ ଶକ୍ତ ଝଟକା ଦେଇଛି । ଏହାବ୍ୟତୀତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି ଶାମୀ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଶାମୀ ଶେଷ ଥର ପାଇଁ ଖେଳୁଥିବାର ନଜର ଆସିଥିଲେ । ଏହାପରେ ଆହତ ଯୋଗୁଁ ଦଳରୁ ବାଦ୍ ରହିଛନ୍ତି । କିନ୍ତୁ ବର୍ତ୍ତମାନ ସର୍ଜରୀ ପରେ ସେ ଖୁବ ଥରେ ମଇଦାନକୁ ଫେରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.