fbpx

ବୋହୂ ଖୋଲିଲେ ମୁହଁ: ମୋ ଶାଶୂ ଚାହାନ୍ତି ମୁଁ ଦେହ ବ୍ୟବସାୟ କରେ, ଟାଟୁ ଖାଲି ବାହାନା ଥିଲା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟାଟୁକୁ ନେଇ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । ବିବାହର ୮ ମାସପରେ ଫେସବୁକ୍ ରୁ ଭଲ ପାଇ ବିବାହ କରିଥିବା ଦମ୍ପତି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସ୍ତ୍ରୀ ଓ ତାର ବୟଫ୍ରେଣ୍ଡ ସହ ମିଶି ମାରିବାକୁ ଯୋଜନା କରୁଛନ୍ତି ଓ ମୋ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ସ୍ୱାମୀ । କଟକ ମର୍କତ ନଗର ଥାନା ଅଞ୍ଚଳର ସିଡିଏ ସେକ୍ଟର୍-୭ର ମୋହିତ୍ ଶର୍ମା ଏହି ଅଭିଯୋଗ ଆଣିଛନ୍ତି । ଫେସବୁକ୍ ବନ୍ଧୁତାରୁ ପ୍ରେମ ଓ ତାପରେ ବିବାହ କରିବାର ୮ ମାସ ପରେ ସ୍ୱାମୀ ମୋହିତ୍ ଶର୍ମା ନିଜ ସ୍ତ୍ରୀ ଅର୍ଥାତ୍ ବାଲେଶ୍ୱରର ସୋନାଲିଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୂହେଁ ମିଡିଆ ଆଗରେ କହିଛନ୍ତି ଯେ, ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ତାଙ୍କୁ ନିର୍ଯାତନା ଦେଉଛନ୍ତି।

ମୋହିତ ଅଭିଯୋଗ କରିଛନ୍ତି ଯେ, ସୋନାଲିଙ୍କର ବିବାହ ପୂର୍ବରୁ ଜଣେ ବୟଫ୍ରେଣ୍ଡ ଥିଲେ । ଆଉ ତାଙ୍କ ପ୍ରାଇଭେଟ୍ ପାର୍ଟରେ ବୟଫ୍ରେଣ୍ଡର ନାଁରେ ଟାଟୁ ଥିବା ସେ ଜାଣିନଥିଲେ କି ପୂର୍ବ ସମ୍ପର୍କକୁ ନେଇ ଗୁଳି ବାଜିବା କଥା ବି ତାଙ୍କୁ ଜଣାନଥିଲା । ଟାଟୁ ପୁଣି ଗୋଟେ କି ଦୁଇଟି ନୁହେଁ ସାରା ଶରୀରରେ ଥିବା ସେ କହିଛନ୍ତି । ଏହି ଟାଟୁ ପୁଣି ତାଙ୍କ ବୟଫ୍ରେଣ୍ଡ କରିଥିବା ସେ କହିଛନ୍ତି । ଆଉ ସେ ତା ସହିତ ମିଶି ମାରିଦେବାକୁ ଧମକ ଦେଉଛି । ଖାଲି ସେତିକି ନୁହେଁ ଅନ୍ୟ ପୁରୁଷର ପିଲାକୁ ତା ଗର୍ଭରେ ରଖିଥିଲା । ଗର୍ଭପାତ କରିଥିବା ପିଲା ବି ପର ପୁରୁଷର ବୋଲି ସେ କହିଥିଲେ । ଫେସବୁକ୍ ରେ ଚାଟିଂ ପରେ ତାଙ୍କୁ ଧମକ ଦେଇ ବିବାହ କରିଥିବା ମୋହିତ୍ କହିଥିଲେ । କିନ୍ତୁ ବିବାହ ପରେ ବୟପ୍ରେଣ୍ଡ ସହିତ ମିଶି ଅଶ୍ଳୀଳ ଭିଡିଓ କରି ମୋ ପାଖକୁ ପଠାଇ ଧମକ ଚମକ ଦେଉଥିଲେ । ତେଣୁ ଏହିସବୁରୁ ମୁକୁଳିବା ପାଇଁ ଛାଡ଼ପତ୍ର ନେବାକୁ ଚାହୁଛି ବୋଲି ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି ମୋହିତ୍ ।

ଅନ୍ୟପକ୍ଷରେ ସ୍ୱାମୀ ଓ ସ୍ତ୍ରୀ ଦୁହିଁଙ୍କୁ କାଉନ୍ସେଲିଂ ପରେ ସ୍ତ୍ରୀ ସୋନାଲି ପ୍ରତିକ୍ରିୟା ରଖିଛନ୍ତି । ସେ ସ୍ୱାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ବିବାହର ଏକ ମାସ ପରେ ମୋ ଉପରେ ନିର୍ଯାତନା କରିବା ଆରମ୍ଭ ହୋଇଥିଲା । ସେମାନଙ୍କ କହିବା କଥା ଯେ, ପେଟରେ ଥିବା ପିଲା ମୋର ନୁହେଁ, ତେଣୁ ସତ ଜାଣିବା ପାଇଁ ମେଡିକାଲ ଟେଷ୍ଟ କରାଯାଉ । ପିଲାକୁ ମାରିବା ପାଇଁ ମୋହିତ୍ ଙ୍କ ମା’ ମେଡିସିନ୍ ଦେଇଥିଲେ । ବାହାଘର ପରଠାରୁ ମୁଁ ଫୋନ୍ ବ୍ୟବହାର କରିନି । ଆଗକୁ ମୁଁ ତାଙ୍କ ସହିତ ରହିବାକୁ ଚାହୁଛି କିନ୍ତୁ ସେ ମୋତେ ୧୫ ଲକ୍ଷ ଟଙ୍କା ମାଗୁଛନ୍ତି, ନଦେଲେ ସେ ମୋତେ ମାରିଦେବେ ବୋଲି ଧମକ ଦେଉଛନ୍ତି । ମୋ ଗହଣା ସବୁ ବି ମୋ ପାଖରେ ନାହିଁ । କେଉଁଠି ଅଛି ତା ବି ମୁଁ ଜାଣିନି । ସେ ମୋ ସହ ରହିବାକୁ ଚାହୁନାହାନ୍ତି, କାରଣ ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଛନ୍ତି । ମୋହିତ୍ ଙ୍କ ମା’ ବି ଅଲଗା କିଛି ଧନ୍ଦାରେ ମିଶିବାକୁ କହୁଥିଲେ । ମୁଁ ରାଜି ନହେବାରୁ ଘରୁ ଟଙ୍କା ଆଣିବାକୁ କହିଥିଲେ ଓ ତାପରଠାରୁ ମୋ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା ବୋଲି ସୋନାଲି ଅଭିଯୋଗ କରିଛନ୍ତି।

ସେପଟେ ଏନେଇ ସୋନାଲିଙ୍କ ବାପା କହିଛନ୍ତି,  ଝିଅ ବାହାଘରରେ ସମୁଦାୟ ୨୦ ଲକ୍ଷ ଖର୍ଚ୍ଚ କଲି। ଏବେ ପୁଣି ୧୫ ଲକ୍ଷ ଟଙ୍କା ପାଇଁ କହୁଛି। ମନା କରିବାରୁ ଝିଅକୁ ନିର୍ଯାତନା ଦେଉଛନ୍ତି, ତା’ ନାଁରେ ଅଭିଯୋଗ ଆଣୁଛନ୍ତି। ଝିଅ ଫ୍ୟାଶନ ଡିଜାଇନିଂ କରୁଥିବା ବେଳେ ଜଣେ ଯୁବକ ତା ଗୋଡ଼କୁ ଫାୟାରିଂ କରିଥିଲା। ମୋହିତ ସବୁ ଜାଣି ଆମ ଝିଅକୁ ବାହା ହୋଇଛି। ଆଉ ଏବେ ମିଡିଆ ସାମନାରେ ନାନା ବାହାନା କରୁଛନ୍ତି ବୋଲି ସୋନାଲିଙ୍କ ବାପା ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.