fbpx
BSKY
BJD MC SKY
BJD YOUTH SKY

ଗୋଷ୍ଠୀ ସଂକ୍ରମଣ କରିପାରେ ‘ମଙ୍କିକ୍ସ, ଭାଇରସ ବ୍ୟାପିବା ପୂର୍ବରୁ ସତର୍କ କରାଇଲା ‘ହୁ’

ନୂଆଦିଲ୍ଲୀ : ଗତ ୨ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ମହାମାରୀ କରୋନା ସଂକ୍ରମଣ ଥମିବା ପରେ ଦେଶବାସୀ ଶାନ୍ତିରେ ନିଃଶ୍ୱାସ ମାରୁଥିବାବେଳେ ଏବେ ପୁଣି ଗୋଟିଏ ଭାଇରସ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଶ୍ୱର ଅନେକ ଦେଶରେ ମଙ୍କିକ୍ସ ଭାଇରସ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ବିଶେଷ କରି ୟୁରୋପ ଓ ଆମେରିକାରେ ଏହା ଭୟାନକ ରୂପ ଧାରଣ କରିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି ।

ହୁ’ ପକ୍ଷରୁ ସତର୍କ କରାଇଦିଆଯାଇଛି ଯେ, ଏହି ଭୂତାଣୁ ଯୋଗୁଁ ୨୦ଟି ଦେଶର ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂକ୍ରାମକ ରୋଗ ନିୟନ୍ତ୍ରଣ ମୁଖ୍ୟ ସିଲିଭ ବ୍ରେଣ୍ଡ କହିଛନ୍ତି ଯେ, ଏବେଠାରୁ ଏହି ଭୂତାଣୁକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବା ଜରୁରୀ । ଆବଶ୍ୟକ ପଡ଼ିଲେ କଣ୍ଟାକ୍ଟ ଟ୍ରେସିଂ ଓ ଗୃହ ସଙ୍ଗରୋଧ ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଆବଶ୍ୟକ । ମଙ୍କିକ୍ସ ଏକ ସାଧାରଣ ଭାଇରାଲ ଇନ୍‌ଫେକ୍ସନ ଭଳି । ଆଫ୍ରିକୀୟ ଦେଶରେ ଏହା ସାଧାରଣ ରୋଗରେ ପରିଣତ ହୋଇଥିବାବେଳେ ୟୁରୋପରେ କିନ୍ତୁ ଏହା ଯେଭଳି ବ୍ୟାପି ଚାଲିଛି ତାହା ଚିନ୍ତାଜନକ ବୋଲି ସେ କହିଛନ୍ତି । ମଙ୍କି କ୍ସର ବଢୁଥିବା ସଂକ୍ରମଣକୁ ନେଇ ଭାରତ ସରକାର ମଧ୍ୟ ସତର୍କ ରହିଛନ୍ତି । ଦେଶର ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି ।

ଆଇସିଏମ୍‌ଆର୍‌ର ବୈଜ୍ଞାନିକ ଅପର୍ଣ୍ଣା ମୁଖାର୍ଜୀ କହିଛନ୍ତି ଯେ, ଆମ ଦେଶକୁ ଏହା ଏ ପର୍ଯ୍ୟନ୍ତ ପଶିନାହିଁ । ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯଦି ଭାରତରେ ଏହି ଭାଇରସ ପ୍ରବେଶ କରେ ତେବେ ଏହା ବିରୁଦ୍ଧରେ ଲଢ଼ିବା ପାଇଁ ଆମେ

Get real time updates directly on you device, subscribe now.